ଓଡିଶା

odisha

ETV Bharat / state

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି - ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁରର ଏକ ହୋଟେଲରୁ ଯୁବକର ମୃତଦେହ ଉଦ୍ଧାର । ଯୁବକ ଜଣକଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ଜନିତ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଜାରି ରହିଛି । ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

By ETV Bharat Odisha Team

Published : Sep 27, 2023, 2:19 PM IST

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଯାଜପୁର: ଯାଜପୁରର ଏକ ହୋଟେଲରୁ ଯୁବକର ମୃତଦେହ ଉଦ୍ଧାର । ଯୁବକ ଜଣକଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ଜନିତ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଜାରି ରହିଛି । ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ଅଧିବାସୀ ହୋଇଥିବା ସୂଚନା ।

ଯାଜପୁର ଜିଲ୍ଲାର ଯାଜପୁର ରୋଡ ଥାନା ବ୍ୟାସନଗର ପୌରାଞ୍ଚଳସ୍ଥ ଷ୍ଟେସନ ବଜାର ନିକଟରେ ଥିବା ହୋଟେଲ ସୁବାସ ପ୍ୟାଲେସରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ଯୁବକଜଣଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ । ତେବେ ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ସିଂହଭୂମୀ ୨୪ ପର୍ଗନା ଅଞ୍ଚଳର କୌଶଲ ଚାନ୍ଦ୍‍ ବୋଲି ଯାଜପୁର ରୋଡ ପୁଲିସ୍‍ ପକ୍ଷରୁ ଜଣାପଡିଛି । ସେ ଜଣେ ହାଇଡ୍ରୋଲିକ୍‍ ଇଞ୍ଜିନିୟର ବୋଲି ପୋଲିସ୍‍ ପ୍ରକାଶ କରିଛି । ତେବେ ଯୁବକ ଜଣକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..କାଶୀପୁର ନାବାଳିକା ଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

ସୂଚନା ଅନୁଯାୟୀ, ଯାଜପୁର ବ୍ୟାସନଗର ଅଞ୍ଚଳରେ ଥିବା ସୁବାସ ପ୍ୟାଲେସ ହୋଟେଲରେ ଚଳିତ ମାସ ୧୧ ତାରିଖରେ ଯୁବକ ଜଣଙ୍କ ରୁମ୍ ନମ୍ବର ୨୦୭ରେ ରହି ଆସୁଥିଲେ । ରବିବାର ସ୍ୱାଭାବିକ ଭାବେ ସେ ଖାଇପିଇ ଆସି ରାତିରେ ଶୋଇଥିଲେ । ସୋମବାର ସକାଳେ କୌଶଲ ହୋଟେଲ ରୁମ୍‍ରୁ ବାହାରକୁ ଆସିନଥିଲେ । ହୋଟେଲ୍‍ କର୍ମଚାରୀମାନେ ରୁମ୍‌କୁ ଯାଇ ଡାକିବାରୁ ଭିତରୁ କୌଣସି ଉତ୍ତର ମିଳିନଥିଲା କିମ୍ବା କବାଟ ମଧ୍ୟ ଖୋଲିନଥିଲା । ହୋଟେଲ ମାଲିକ ତୁରନ୍ତ ଯାଜପୁର ରୋଡ୍‌ ପୋଲିସକୁ ଏନେଇ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା ! 10 ଆହତ

ପରେ ପୋଲିସ ଖବରପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତରେ କବାଟ ଖୋଲି ଯୁବକର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ ଯୁବକ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛନ୍ତି । କୌଶଲ ରାଉରକେଲାର ଏକ କମ୍ପାନୀରେ ମେକାନିକ ଭାବେ କାର୍ଯ୍ୟ କରୁଥିବା ବେଳେ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲକୁ ହାଇଡ୍ରୋଲିକ୍‍ ମିସ୍ତ୍ରୀଭାବେ କାର୍ଯ୍ୟ କରିବାକୁ ଆସିଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details