ଯାଜପୁର: ରାତି ପାହିଲେ ବଡଦିନ । ହେଲେ ଯାଜପୁର ବ୍ୟାସନଗର ସହରର ଶାନ୍ତାକ୍ଲଜମୁଖା ଓ ଏକ୍ସମାକ୍ସ ଟ୍ରି ଦୋକାନରେ ବ୍ୟବସାୟ ମାନ୍ଦା । ଏହି ଦିନରେ ଯେଉଁଠି ଲୋକଙ୍କ ଗହଳ ଚହଳ ଲାଗିଥାଏ ଆଜି ସବୁଠି ଖାଁ ଖାଁ ପରିସ୍ଥିତି । ମହାମାରୀ ମାଡରେ ସବୁକିଛି ଫିକା ପଡିଯାଇଛି । ଅନ୍ୟପଟେ ବେପାର ମାନ୍ଦା ନେଇ ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ ।
ରାତି ପାହିଲେ ବଡଦିନ: ଚିନ୍ତାରେ ଶାନ୍ତାକ୍ଲଜମୁଖା ଓ ଏକ୍ସମାକ୍ସ ଟ୍ରି ବେପାରୀ - jajpur christmas
ରାତି ପାହିଲେ ବଡଦିନ । ହେଲେ କୋରୋନା ପାଇଁ ଯାଜପୁର ବ୍ୟାସନଗର ସହରରେ ମାନ୍ଦା ପଡିଛି ଶାନ୍ତାକ୍ଲଜମୁଖା ଓ ଏକ୍ସମାକ୍ସ ଟ୍ରି ବ୍ୟବସାୟ । ଅଧିକ ପଢନ୍ତୁ...
ପ୍ରତିବର୍ଷ ବ୍ୟାସନଗର ସହରରେ ବହୁ ଧୁମଧାମରେ ପାଳିତ ହୁଏ ବଡଦିନ ବା ଏକ୍ସମାକ୍ସ । ଆଉ ଏଥିପାଇଁ ବଜାରରେ ଅନେକ ଶାନ୍ତାକ୍ଲଜମୁଖା ଓ ଏକ୍ସମାକ୍ସ ଟ୍ରି ଦୋକାନ ପଡେ । ଲୋକେ ମୁଖା ଓ ଏକ୍ସମାକ୍ସ ଟ୍ରି କିଣିବାକୁ ଗହଳି ଜମାନ୍ତି । ମାତ୍ର ଚଳିତ ବର୍ଷ କୋରୋନା କଟକଣା ସାଙ୍ଗକୁ ସ୍କୁଲ କଲେଜ ବନ୍ଦ ପାଇଁ ବଜାର ପୁରା ମାନ୍ଦା । କୌଣସି ଦୋକାନରେ ଛାତ୍ରଛାତ୍ରୀ କିମ୍ବା ଲୋକଙ୍କୁ ଦେଖୁବାକୁ ମିଳୁନାହିଁ । ପ୍ରତିବର୍ଷ ସହରରେ ବଡଦିନ ଅବସରରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ 50ରୁ ଊର୍ଦ୍ଧ୍ବ ଉଠା ଦୋକାନୀ ଖୋଲା ହୋଇଥାଏ । ମାତ୍ର ଏଥର ହାତ ଗଣତି କେତୋଟି ଦୋକାନ ପଡିଛି । ହେଲେ ସେଠାକୁ ମଧ୍ୟ ଲୋକ ଯାଉନାହାଁନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ