ଓଡିଶା

odisha

ETV Bharat / state

ବାଲ୍ୟ ବିବାହ ନେଇ ଯାଜପୁରରେ 2 ଦିନିଆ କର୍ମଶାଳା

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଲ୍ୟ ବିବାହ ନିଷେଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 2 ଦିନ ଧରି ଚାଲିବ ଏହି କର୍ମଶାଳା। ବର୍ଦ୍ଧିତ ବାଲ୍ୟ ବିବାହ ରୋକିବାକୁ ଏହା ଏକ ପ୍ରୟାସ ।

By

Published : Jul 25, 2019, 8:13 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର


ଯାଜପୁର: ଦିନକୁ ଦିନ ବଢୁଥିବା ବାଲ୍ୟ ବିବାହ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ଅନୁସାରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଜଳଛାୟା ପ୍ରକଳ୍ପ ସମ୍ମିଳନୀ ଗୃହରେ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ବାଲ୍ୟ ବିବାହ ଦ୍ୱାରା ସାମାଜିକ ଅବକ୍ଷୟ ହେଉଥିବା କହିଥିଲେ । ଯଥାଶୀଘ୍ର ଏହାର ବିଲୋପ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଞ୍ଜୁଳା ରଥ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ବାଲ୍ୟ ବିବାହର ପରିଣାମ, ସାମାଜିକ ସ୍ଥିତି ଓ ବିଲୋପ ସମ୍ପର୍କରେ ଆଲୋକପାତ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ପାର୍ଥ ସାରଥୀ ମିଶ୍ର ବାଲ୍ୟ ବିବାହ ଦ୍ୱାରା ସଙ୍ଗଠିତ ବିବିଧ ସାମାଜିକ ଅବ୍ୟବସ୍ଥା ଆଦି ବିଷୟରେ ବିଶଦ ତଥ୍ୟ ଊପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ସି.ଡି.ପି.ଓ, ସୁପରଭାଇଜର ଓ ବିଭିନ୍ନ ଥାନାର ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details