ଯାଜପୁର:ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଜନୀ କାନ୍ତ ସେଠିଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରିବା ସହିତ ଜାତିଆଣକୁ ନେଇ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିଥିଲେ ଚାନ୍ଦିଆ ପଞ୍ଚାୟତ ଗୋଲା ଗାଁର ମାଧବାନନ୍ଦ ବେହେରା । ଏହି ଘଟଣା ସମ୍ପର୍କରେ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ମାନେ ବିଡ଼ିଓଙ୍କୁ ଜଣାଇଥିଲେ । ତେବେ ବିଡ଼ିଓ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦୋଷୀ ଆଜକୁ ମାସେ ହେବ ସ୍ବାଧିନ ଭାବେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ମାନେ ।
ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ - Jajpur district News
ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ବ୍ଲକ ଅଫିସ ଘେରାଉ କଲେ କର୍ମଚାରୀ । ଅଧିକ ପଢନ୍ତୁ...
ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ
ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି 5Tର ନାରା ଦେଉଥିବା ସରକାରୀ କର୍ମଚାରୀ ମାନେ ଏଠି ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ । ସେଥିପାଇଁ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ମାନେ ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ଼ ଆନ୍ଦୋଳନରେ ବସି ରହିଛନ୍ତି । ଯେ ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରା ନ ଯାଇଛି ସେମାନେ ଆନ୍ଦୋଳନରେ ବସି ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ