ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । 6 ମାସର ବକେୟା ଦରମା ଓ 4ଦଫା ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ କରିଛନ୍ତି । ପ୍ରତିବାଦରେ କାରଖାନା ସମ୍ମୁଖରେ ଯାଜପୁର ରୋଡ୍-କଳିଙ୍ଗନଗର ରାସ୍ତା ଅବରୋଧ କରିଛନ୍ତି ।
ମିଳିନି 6 ମାସର ଦରମା, ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକଙ୍କ ବିକ୍ଷୋଭ - Moscow Steel Plant
ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି । 6 ମାସର ବକେୟା ଦରମା ଓ 4ଦଫା ଦାବିରେ ଚାଲିଛି ବିକ୍ଷୋଭ । ଅଧିକ ପଢନ୍ତୁ....
ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି
ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି
ପୂର୍ବରୁ କାରଖାନାକୁ ପୁନଃ ଚାଲୁ କରିବା ଦାବିରେ ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ ଶ୍ରମିକ । କାରଖାନା ବନ୍ଦ ହେବା ଫଳରେ ହଜାର ହଜାର ଶ୍ରମିକ ଭୋକ ଉପାସରେ ପଡିଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିଯିବ ବୋଲି କଳିଙ୍ଗ ନଗର ମଜଦୂର ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ