ଯାଜପୁର: ଜିଲ୍ଲାର ଦାନଗଦି କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଦୀର୍ଘ ୧୯ମାସ ହେବ ପ୍ଲାଣ୍ଟ ବନ୍ଦ ଥିବାରୁ ଦୁର୍ଦ୍ଦିନରେ ଶ୍ରମିକ ଓ କର୍ମଚାରୀ । ଏହା ପ୍ରତିବାଦରେ ୭ ଦିନ ଧରି ଧାରଣାରେ ବସିବା ପରେ ଏମାନଙ୍କୁ କୌଣସି ପ୍ଲାଣ୍ଟ କର୍ମଚାରୀ ଭେଟିନଥିବା ସୂଚନା ମିଳିଛି ।
ଏହି କର୍ମଚାରୀମାନେ ଗତ ୭ ଦିନ ଧରି ମେସ୍କୋ ଷ୍ଟିଲ କାରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ହେଲେ ଏଯାବତ କୌଣସି ପ୍ଲାଣ୍ଟ କର୍ମଚାରୀ କିମ୍ଵା ପ୍ରଶାସନିକ ଅଧିକାରୀ କେହି ସେମାନଙ୍କ ସହିତ ଆଲୋଚନା କରିବାକୁ ଆସୁନାହାନ୍ତି । ଜମି ଦେଇ ବିସ୍ଥାପିତ ହେବାପରେ ନିଯୁକ୍ତି ପାଇ ଭାବିଥିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ଖାଲି ମେସ୍କୋ ନୁହେଁ ନିଳାଚଳ, ୟାଜଦାନୀ, ଦୀନବନ୍ଧୁ, ମଇଥାନ ଭଳି ଅନେକ ଶିଳ୍ପର ଅବସ୍ଥା ମଧ୍ୟ ସମାନ ।