ଯାଜପୁର:ରାଜ୍ୟରେ ସାଧାରଣ ଖାଉଟି ଦ୍ରବ୍ୟ, ପେଟ୍ରୋଲ, ଡିଜେଲ ଆଦି ଦର ଆକାଶ ଛୁଆଁ ହୋଇଥିବା ବେଳେ ଯାହାର ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।
ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଓ ନେତା ମାନେ ଯୋଗ ଦେଇ କେନ୍ଦ୍ରସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । ପେଟ୍ରୋଲ ଡିଜେଲର ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଏହାର ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦରକୁ ସରକାର ନିୟନ୍ତ୍ରଣକୁ ଆଣିବା ଆବଶ୍ୟକ ବୋଲି ମତ ଦେଇଥିଲେ ।