ଯାଜପୁର: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ବାଲିପଶି ଗାଁରେ । ମୃତ ମହିଳାଙ୍କ ନାମ ସସ୍ମିତା ପଣ୍ଡା ହୋଇଥିବା ବେଳେ ତାଙ୍କ ବାପ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଳଣ ଗ୍ରାମରେ ବୋଲି ଜଣାପଡିଛି ।
ସ୍ବାମୀ ଆମିଷ ରୋଷେଇ କରିବାକୁ କହିବାରୁ ଜୀବନ ହାରିଲେ ସ୍ତ୍ରୀ - jajpur sucide news
ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ବାଲିପଶି ଗାଁରେ । ମୃତ ମହିଳାଙ୍କ ନାମ ସସ୍ମିତା ପଣ୍ଡା ହୋଇଥିବା ବେଳେ ତାଙ୍କ ବାପ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଳଣ ଗ୍ରାମରେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସସ୍ମିତା ଗତ 9ବର୍ଷ ତଳେ ବାଲିପଶି ଗ୍ରାମର ଧନେଶ୍ବର ପଣ୍ଡାଙ୍କୁ ବୈଦିକ ମତେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ସ୍ବାମୀ ଧନେଶ୍ବର ଜଣେ ପୁରୋହିତ ଭାବେ କାର୍ଯ୍ୟ କରନ୍ତି । ତେବେ ଶୁକ୍ରବାର ଧନେଶ୍ବର ସ୍ତ୍ରୀ ସସ୍ମିତାଙ୍କୁ ଆମିଷ ରୋଷେଇ କରିବାକୁ କହିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଏହାପରେ ଧନେଶ୍ବର ପୁରୋହିତ କାମ କରିବାକୁ ଯାଇଥିବା ବେଳେ ସସ୍ମିତା ତାଙ୍କ ଶୋଇବା ଘରେ ଗଳାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ