ଯାଜପୁର: ଜିଲ୍ଲାର ହାତିମୁଣ୍ଡା ଗ୍ରାମ ପଳାସବଣ ନିକଟରୁ ଗତ 15 ତାରିଖରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ ଦାବିରେ ଡୁବୁରୀ, ସଂସାଇଲୋ ଗ୍ରାମର ସଂଖ୍ୟାଧିକ ମହିଳା କଳିଙ୍ଗ ନଗର ଥାନା ଘେରାଉ କରିଛନ୍ତି।
ସୂଚନା ଅନୁସାରେ, ଗତ 15 ତାରିଖରେ ନିକଟସ୍ଥ ସଂସାଇଲୋ ଗ୍ରାମର ଜନୈକା ଯୁବତୀ ମେଳା ବୁଲିବାକୁ ଆସିଥିଲେ। ହେଲେ କିଛି ଯୁବକ ତାଙ୍କୁ ମେଳାରୁ ଉଠେଇନେଇ ଦୁଷ୍କର୍ମ ପରେ ହତ୍ୟା କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଥିଲା।