ଯାଜପୁର: ନିଜ ହକରୁ ବଞ୍ଚିତ ହୋଇଥିବା ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡ଼ିଓଙ୍କ ଗୋଡ଼ତଳେ ପଡିଛନ୍ତି । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡତଳେ ପଡିଲେ ମହିଳା, ଭିଡିଓ ଭାଇରାଲ - ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନିଜ ହକରୁ ବଞ୍ଚିତ ହୋଇଥିବା ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡ଼ିଓଙ୍କ ଗୋଡ଼ତଳେ ପଡିଛନ୍ତି । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
![ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡତଳେ ପଡିଲେ ମହିଳା, ଭିଡିଓ ଭାଇରାଲ woman-came-to-complaint-and-fell-foot-of-the-bdo-in-jajpur-the-video-goes-viral](https://etvbharatimages.akamaized.net/etvbharat/prod-images/768-512-7196956-thumbnail-3x2-jajpur.jpg)
ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡତଳେ ପଡିଲେ ମହିଳା, ଭିଡିଓ ଭାଇରାଲ
ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡତଳେ ପଡିଲେ ମହିଳା, ଭିଡିଓ ଭାଇରାଲ
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା ନିଜର ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ । ହେଲେ ଡିଲର ମହିଳାଙ୍କ କୋଟାରୁ 5 କେଜି ଚାଉଳ କାଟି ଦେଇଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ମାରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ବିଡିଓଙ୍କ ନିକଟକୁ ଗୁହାରି ଜଣାଇବାକୁ ଆସି ନ୍ୟାୟ ପାଇଁ ଶତାଧିକ ଲୋକଙ୍କ ସାମ୍ନାରେ ବିଡ଼ିଓଙ୍କ ଗୋଡତଳେ ପଡିଯାଇଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ