ଓଡିଶା

odisha

By

Published : Mar 28, 2019, 9:14 PM IST

ETV Bharat / state

ଭଲ ଭୋଟ ବ୍ୟବଧାନରେ ଏଥର ଜିତିବି: ପ୍ରୀତିରଞ୍ଜନ ଘଡ଼ାଇ

ସୁକିନ୍ଦାରୁ ପୁଣିଥରେ ବିଜେଡି ଟିକେଟ ପାଇବା ପରେ ଖୁସିବ୍ୟକ୍ତ କଲେ ପ୍ରୀତିରଞ୍ଜନ ଘଡ଼ାଇ । କହିଲେ ଏଥର ଭଲ ଭୋଟ ବ୍ୟବଧାନରେ ଜିତିବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବୁଧବାର ବିଜେଡି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଯାଜପୁର ଜିଲ୍ଲାର 3ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଜିଲ୍ଲାର ସୁକିନ୍ଦା, ଧର୍ମଶାଳା ଏବଂ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ପୁରୁଣା ପ୍ରାର୍ଥୀଙ୍କୁ ପୁଣି ଟିକେଟ ଦେଇଛନ୍ତି ନବୀନ । ସୁକିନ୍ଦାରୁ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏଥର ମଧ୍ୟ ଟିକେଟ ପାଇଥିବାରୁ ଖୁସି ମନାଇଛନ୍ତି ତାଙ୍କର ସମର୍ଥକ । ଚଳିତ ନିର୍ବାଚନରେ ସେ ଭଲ ଭୋଟ ବ୍ୟବଧାନରେ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୁକିନ୍ଦାରୁ ପୁନର୍ବାର ପ୍ରୀତିରଞ୍ଜନ ଘଡ଼ାଇଙ୍କ ନାମ ଘୋଷଣା ହେବାପରେ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ବିଜେଡି ନେତା ଓ କର୍ମୀ ବାଜା ବଜାଇ, ବାଣ ଫୁଟାଇ ଖୁସି ମନାଇବା ସହ ଫୁଲତୋଡ଼ା ଦେଇ ପ୍ରୀତିରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସୁକିନ୍ଦାବାସୀ ଓ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ପ୍ରୀତିରଞ୍ଜନ।

ସୁକିନ୍ଦା ମାଟିର ଉନ୍ନତିପାଈଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସେ ପୁରା କରିବେ ବୋଲି କହିଛନ୍ତି । ‘ଆମେ ବର୍ଷ ତମାମ ସୁକିନ୍ଦା ଅଞ୍ଚଳପାଇଁ କାମ କରିଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେତେ ଲୋକାଭିମୁଖୀ ଯୋଜନା ଅଛି ସୁକିନ୍ଦାର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଛୁ । ଆମ ସୁକିନ୍ଦାରେ 12ଟି କାରଖାନା ଅଛି । ସବୁଥିରେ ଯୁବକ ମାନଙ୍କୁ ନିଯୁକ୍ତି ଦେବାପାଇଁ ଚେଷ୍ଟା କରିଛୁ । ଆଗକୁ ଆହୁରି ଚାକିରି ସୁଯୋଗ ସୃଷ୍ଟି କରାଯିବ’ ବୋଲି କହିଛନ୍ତି ପ୍ରୀତିରଞ୍ଜନ ।

ଅନ୍ୟପଟେ ବାପା ପ୍ରଫୁଲ୍ଲ ଘଡ଼ାଇ ଦଳକୁ ଫେରିବା ନେଇ ପ୍ରୀତିରଞ୍ଜନ କହିଛନ୍ତି କି ଏଥିଯୋଗୁଁ ଜିଲ୍ଲାରେ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଆହୁରି ଲାଭବାନ ହେବ । ସୂଚନାଯୋଗ୍ୟ, ପ୍ରୀତିରଞ୍ଜନ 2009ରେ କୋରେଇ ଓ 2014ରେ ସୁକିନ୍ଦାରୁ 2ଥର ବିଧାୟକ ହୋଇସାରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details