ଓଡିଶା

odisha

ETV Bharat / state

ବର୍ଷକ ପରେ ପୁଣି ଯାଜପୁରରେ ମାତିଲେ ହାତୀପଲ: ମକଚିଲେ ଫସଲ, ଭାଙ୍ଗିଲେ ଘର - ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ଜଙ୍ଗଲୀ ହାତୀପଲ

ଯାଜପୁର ଜିଲ୍ଲା ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ରଥପଦା, ଦୁର୍ଗାପୁର, କମଳା ବାହାଳି ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ଅଧିକ ପଢନ୍ତୁ...

ବର୍ଷକ ପରେ ପୁଣି ଯାଜପୁରରେ ମାତିଲେ ହାତୀପଲ: ମକଚିଲେ ଫସଲ, ଭାଙ୍ଗିଲେ ଘର
ହାତୀ ଉପଦ୍ରବ: ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ଜଙ୍ଗଲୀ ହାତୀପଲ

By

Published : Oct 1, 2021, 6:53 PM IST

ଯାଜପୁର: ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା, ଗୋବର୍ଦ୍ଧନପୁର ପଞ୍ଚାୟତ ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ରଥପଦା, ଦୁର୍ଗାପୁର, କମଳା ବାହାଳି ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ଧାନଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ଜଙ୍ଗଲୀ ହାତୀପଲ।

ବର୍ଷକ ପରେ ପୁଣି ଯାଜପୁରରେ ମାତିଲେ ହାତୀପଲ: ମକଚିଲେ ଫସଲ, ଭାଙ୍ଗିଲେ ଘର

ସୂଚନା ମୁତାବକ ପ୍ରତ୍ୟେକ ଦିନ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଗତ ବର୍ଷ ମଧ୍ୟ ଏଭଳି ଦଶା ଭୋଗିବାକୁ ପଡିଥିଲା ଅଞ୍ଚଳବାସୀଙ୍କୁ। ଏନେଇ ସ୍ଥାନୀୟ ଲୋକେ ଟମକା ବନଖଣ୍ଡରେ ଅଭିଯୋଗ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଜଙ୍ଗଲ କିସମ ଜମି ଥିବାରୁ କୌଣସି ସହାୟତା ମିଳିପାରିବ ନାହିଁ । କିନ୍ତୁ ଯଥାଶୀଘ୍ର ହାତୀପଲଙ୍କୁ ଘଉଡାଇବା ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି ଓ ହାତୀପଲଙ୍କୁ ଜଙ୍ଗଲରେ ଛଡାଯିବ। ସେପଟେ ଫସଲ ନଷ୍ଟ ନିମନ୍ତେ କ୍ଷତିପୂରଣ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ସ୍ଥାନୀୟ ଚାଷୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details