ଓଡିଶା

odisha

ETV Bharat / state

ଗୋଶାଳା ଛକ ହରିହର ହତ୍ୟା ଘଟଣା: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ପତ୍ନୀ - ଗୋଶାଳା ଛକ ହରିହର ହତ୍ୟା ଘଟଣା

ଯାଜପୁର ରୋଡ ଥାନା ଗୋଶାଳା ଛକରେ ହରିହର ହତ୍ୟା ଘଟଣାରେ ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟଳୟର ଦ୍ୱାରସ୍ଥ ହେଲେ ପତ୍ନୀ ଆଶାଲତା ସେଠୀ । ଅଧିକ ପଢନ୍ତୁ...

ଗୋଶାଳା ଛକ ହରିହର ହତ୍ୟା ଘଟଣା: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ପତ୍ନୀ
ଗୋଶାଳା ଛକ ହରିହର ହତ୍ୟା ଘଟଣା: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ପତ୍ନୀ

By

Published : Jun 12, 2021, 4:00 PM IST

ଯାଜପୁର: ଯାଜପୁର ରୋଡ ଥାନା ଗୋଶାଳା ଛକରେ ହରିହର ହତ୍ୟା ଘଟଣାରେ ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟଳୟର ଦ୍ୱାରସ୍ଥ ହେଲେ ପତ୍ନୀ ଆଶାଲତା ସେଠୀ । ସୂଚନା ମୁତାବକ ଗତ ୪/୫/୨୦୨୧ ତାରିଖ ସାନ୍ଧ୍ୟ ସମୟରେ ହରିହର ନିଜର ବ୍ୟକ୍ତିଗତ କାର୍ଯ୍ୟ ସାରି ଘରକୁ ଫେରିଥିଲେ। ଗୋଶାଳା ଛକ ନିକଟରେ ଦୀପକ ବଟ ଓ ତାଙ୍କ ଭାଇ ଉନଯ ବଟ ହରିହରଙ୍କୁ ଡାକିଥିଲେ । ଏହାପରେ ତିନି ଜଣଙ୍କ ଭିତରେ ଟଙ୍କା ନେଣଦେଣକୁ ନେଇ ଯୁକ୍ତିତର୍କ ହୋଇଥିଲେ। ଯେଉଁଥିରେ ରାଗିଯାଇ ଦୀପକ ଓ ଉନଯ ହରିହରକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ।

ଗୋଶାଳା ଛକ ହରିହର ହତ୍ୟା ଘଟଣା: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ପତ୍ନୀ

ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୀପକ ଓ ଉନଯକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାତ୍ର ହରିହରଙ୍କ ପତ୍ନୀ ଆଶାଲତାଙ୍କ ଅଭିଯୋଗ ମୁତାବକ ଏହି ଘଟଣାର ଷଡଯନ୍ତ୍ରକାରୀ ଚଗଲା ବଟକୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରୁନାହିଁ । ତେବେ ଚଗଲାଙ୍କୁ ଗିରଫ ଦାବିରେ ଆଜି ପତ୍ନୀ ଆଶାଲତା ଓ ତାଙ୍କ ପରିବାର ସଦସ୍ୟ ପାଣିକୋଇଲି ସ୍ଥିତ ଏସପି କାର୍ଯ୍ୟଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି। ସେପଟେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଆଉ ଯେଉଁ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବ ତଦନ୍ତ କରି ଗିରଫ କରାଯିବ ବୋଲି ଏସପି ରାହୁଲ ପିଆର ଫୋନ ଯୋଗେ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details