ଓଡିଶା

odisha

ETV Bharat / state

କୋରୋନା ମୁକାବିଲାରେ ବ୍ୟାପକ ଅନିୟମିତତା, ଅଭିଯୋଗ କଲା ଯାଜପୁର ଜିଲ୍ଲା ସେବା ସଂଘ - Widespread irregularities in the Corona confrontation

ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲାରେ ଅନେକ କିଛି ଗଡବଡ ହେଉଥିବା ଅଭିଯୋଗ କରିଛି ଯାଜପୁର ଜିଲ୍ଲା ସେବା ସଂଘ । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୋରୋନା ଚିକିତ୍ସା ନାଁରେ ବ୍ୟାପକ ଅନିୟମିତତା କରାଯାଇଛି । ଅଧିକ ପଢନ୍ତୁ...

Widespread irregularities in the Corona confrontation, the Jajpur District Service Association complained
କୋରୋନା ମୁକାବିଲାରେ ବ୍ୟାପକ ଅନିୟମିତତା, ଅଭିଯୋଗ କଲା ଯାଜପୁର ଜିଲ୍ଲା ସେବା ସଂଘ

By

Published : Jun 11, 2020, 5:56 PM IST

ଯାଜପୁର: ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲାରେ ଅନେକ କିଛି ଗଡବଡ ହେଉଥିବା ଅଭିଯୋଗ କରିଛି ଯାଜପୁର ଜିଲ୍ଲା ସେବା ସଂଘ । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୋରୋନା ଚିକିତ୍ସା ନାଁରେ ବ୍ୟାପକ ଅନିୟମିତତା କରାଯାଇଛି ।

କୋରୋନା ମୁକାବିଲାରେ ବ୍ୟାପକ ଅନିୟମିତତା, ଅଭିଯୋଗ କଲା ଯାଜପୁର ଜିଲ୍ଲା ସେବା ସଂଘ

ରସୁଲପୁର ବ୍ଲକ ଅଞ୍ଚଳର ସୌଭାଗ୍ୟନନ୍ଦ ମିଶ୍ରଙ୍କୁ ପ୍ରଥମେ କୋରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଅଳ୍ପ କିଛି ଦିନ ରହିବା ପରେ ତାଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ଛାଡି ଦିଆଯାଇଥିଲା । କିନ୍ତୁ, ଏନେଇ କୌଣସି ପ୍ରମାଣ ପତ୍ର ଦିଆଯାଇନଥିବା ଅଭିଯୋଗ କରିଛି ସେବା ସଂଘ ।

କୋରୋନା ମୁକାବିଲାରେ ବ୍ୟାପକ ଅନିୟମିତତା, ଅଭିଯୋଗ କଲା ଯାଜପୁର ଜିଲ୍ଲା ସେବା ସଂଘ

ସେହିପରି ବିଭିନ୍ନ ଟିଏମସିରେ ନାନା ଅନିୟମିତତା ହେଉଥିବା ଅଭିଯୋଗ କରାଯାଇଛି । ସରକାର କୋରୋନା ରୋଗୀଙ୍କୁ ସୁସ୍ଥ ହେଉଥିବା ଦର୍ଶାଉଥିବା ବେଳେ ରୋଗୀଙ୍କୁ କୌଣସି ପ୍ରକାର ପ୍ରମାଣ ପତ୍ର କାହିଁକି ଦେଉନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଛି ।

ଜିଲ୍ଲା ପ୍ରଶାସନର ଏପରି ବିଫଳତା ପ୍ରତିବାଦରେ ସୌଭାଗ୍ୟନନ୍ଦ ମିଶ୍ର ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବା ସଂଘ ପକ୍ଷରୁ ଦାବି କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details