ଓଡିଶା

odisha

ETV Bharat / state

ନଗଡା ପାଖ ଗାଁରେ କେବେ ପହଞ୍ଚିବ ବିକାଶ? - village

ଗାଁରୁ ଗାଁ ଦୂରତା ମାତ୍ର ୫ କିଲୋମିଟର । ଗୋଟିଏ ଗାଁରେ ପହଞ୍ଚିସାରିଛି ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ତ ଆଉ ଏକ ଗାଁରେ ପହଞ୍ଚିପାରିନି ପ୍ରଗତିର ଚିହ୍ନ

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

By

Published : Feb 27, 2019, 9:47 PM IST

ଯାଜପୁର: ଗାଁରୁ ଗାଁ ଦୂରତା ମାତ୍ର ୫ କିଲୋମିଟର । ଗୋଟିଏ ଗାଁରେ ପହଞ୍ଚିସାରିଛି ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ତ ଆଉ ଏକ ଗାଁରେ ପହଞ୍ଚିପାରିନି ପ୍ରଗତିର ଚିହ୍ନ । ଆପଣଙ୍କୁ କଥାଟି ଟିକେ ଅଡୁଆ ଲାଗୁ ଥାଇପାରେ । କିନ୍ତୁ କଥାଟି ଏକଦମ ସତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର


ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ଗୁହିଆଶାଳ ଓ ତୁମୁଣି ଗ୍ରାମର ଅବସ୍ଥା ଦେଖିଲେ ସ୍ପଷ୍ଟ ଭାବେ ଜାଣି ହେବ । କାରଣ ୫ କିଲୋମିଟର ଦୂର ନଗଡାରେ ସରକାରଙ୍କ ସବୁ ଯୋଜନା ପହଂଚିଛି କିନ୍ତୁ ରାସ୍ତାଠାରୁ ଗୃହ ସବୁଠି ପଛୁଆ ଏହି ଦୁଇ ଗାଁ । ଜୁଆଙ୍ଗ ଅଧିବାସୀଙ୍କୁ ନେଇ ସମୃଦ୍ଧ ଏହି ଗାଁ ।

ହେଲେ ନଗଡ଼ାରେ ପ୍ରତି ପରିବାରକୁ ବିଜୁ ପକ୍କାଘର ମିଳିଥିବା ବେଳେ ଚାଳ କୁଡ଼ିଆ ଘରେ ଏବେ ବି ଦିନ କାଟୁଛନ୍ତି ୫୮ଟି ପରିବାର । ତେବେ ଏଠାରେ ବଡ ସମସ୍ୟା ହେଉଛି ରାସ୍ତା । ନିତିଦିନିଆ ପକ୍କା ରାସ୍ତାଟିଏ ନଥିବାରୁ ପାହାଡ଼ ଉପର ଏହି ଗାଁକୁ ଯାଇପାରୁନି ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ।


ଦିନେ ନଗଡା ବି ଥିଲା ଅବହେଳିତ, କିନ୍ତୁ ଯୋଜନାର ମାଇଲ ଖୁଣ୍ଟ ଭାବେ ଏହି ଗାଁ ବେଶ ପରିଚିତ । ତେବେ ଏହି ଦୁଇଟି ଗାଁରେ କେବେ ପଡିବ ସରକାରଙ୍କ ନଜର ତାହା ସମୟ ହିଁ କହିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝାଙ୍କ ରିପୋର୍ଟ, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details