ଓଡିଶା

odisha

ETV Bharat / state

ଦରକାର ନାହିଁ ଫମ୍ପା ପ୍ରତିଶୃତି, ପାଣି ଦେବ ତ... ଭୋଟ ନେବ

ନିର୍ବାଚନରେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଦେଉଛନ୍ତି ସ୍ଲୋଗାନ । ହେଲେ ଏଠି ଚିତ୍ର ଓଲଟା । ନିର୍ବାଚନ ପୂର୍ବରୁ ଜନତା ରଖିଛନ୍ତି ସର୍ତ୍ତ । ପାଣି ଦିଅ ଭୋଟ ନିଅ ।

By

Published : Apr 2, 2019, 3:38 PM IST

Updated : Apr 4, 2019, 9:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପରେ ବି ସୁଧୁରୁନି ବ୍ୟାସନଗର ସହରର ସମସ୍ୟା । ସହରବାସୀ ଏହି ପ୍ରକଳ୍ପରୁ ଲାଭବାନ ହେବେ ବୋଲି କୁହାଯାଇ ବିଧାୟକଙ୍କ ଦ୍ବାରା ଏହାର ଉଦଘାଟନ ହେଲା । ଏହା ପରେ ବି ସହରବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ।

ତେବେ ପୌରାଞ୍ଚଳର ୧୭ ନଂ ୱାର୍ଡ ଅନ୍ତର୍ଭୁକ୍ତ ଗାୟତ୍ରୀ ବିହାର ଅଞ୍ଚଳରେ ଦେଖାଦେଇଛି ଅଧିକ ସମସ୍ୟା । ଯାହାର ପ୍ରତିବାଦ କରି ସ୍ଥାନୀୟ ବାସିନ୍ଦା ଜନସ୍ବାସ୍ଥ୍ୟ ବିଭାଗ ଘେରାଉ କରିଛନ୍ତି । ଖୁବଶିଘ୍ର ପାନୀୟ ଜଳ ସମସ୍ୟା ଦୂର ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସହରବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

୧୪ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଗା ଜଳ ପ୍ରକଳ୍ପକୁ ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ତରବରିଆ ଉଦଘାଟନ କରାଯାଇଛି । ତେବେ ପ୍ରକଳ୍ପ ଶେଷ ହେବା ପୂର୍ବରୁ ଏହା ଉଦଘାଟନ ହୋଇଥିବାରୁ ପାଣି ଯୋଗାଇବା ସମ୍ଭବ ହେଉନି । କେବଳ ନିର୍ବାଚନ ଭେଳିକି ଦେଖାଇ ସହରବାସୀଙ୍କୁ ଭୁଆଁ ଭୁଲାଇ ଆସୁଛି ଜନସ୍ବାସ୍ଥ୍ୟ ବିଭାଗ ।

ବ୍ୟାସନଗର ପୌରାଞ୍ଚଳର କେବଳ ଗାୟତ୍ରୀ ବିହାର ନୁହେଁ ସମଗ୍ର ସହରସାରା ପ୍ରାୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହୁଥିଲେ ହେଁ ସମାଧାନ ଦିଗରେ ଜନସ୍ବାସ୍ଥ୍ୟ ବିଭାଗ କିମ୍ବା ପୌରପ୍ରଶାସନ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସହରବାସୀଙ୍କ ସମାଧାନ ପାଇଁ ଆଉ ଏକ ପ୍ରକଳ୍ପ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ବର୍ଷକୁ ବର୍ଷ ଦେଖାଦେଉଛି ଏହି ସମାନ ପାନୀୟ ଜଳ ସମସ୍ୟା, କିନ୍ତୁ ସମସ୍ୟାର ସମାଧାନ ହେଉନି ଖାଲି ମିଳୁଛି ଫମ୍ପା ପ୍ରତିଶୃତି । ତେବେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ସହରବାସୀଙ୍କ ଏହି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 4, 2019, 9:51 AM IST

ABOUT THE AUTHOR

...view details