ଯାଜପୁର:ଆଜି ଇଭିଏମ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ଅଙ୍କକଷା ଚାଲିଛି। ନିର୍ବାଚନ ଫଳାଫଳ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ତିନି ପ୍ରମୁଖ ଦଳ । ଆଜି କିଏ ହତେଇବ ବ୍ୟାସନଗର ପୌରାଧ୍ୟକ୍ଷ, ସେନେଇ ଆରମ୍ଭ ହେଇଯାଇଛି କଳ୍ପନାଜଳ୍ପନା ।
Vote Counting: ଇଭିଏମ ଖୋଲିବ ବ୍ୟାସନଗର ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି - ପୌର ନିର୍ବାଚନ ଫଳାଫଳ
ଆଜି ଇଭିଏମ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟରେଖା । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ଅଙ୍କକଷା ଚାଲିଛି । ନିର୍ବାଚନ ଫଳାଫଳ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ତିନି ପ୍ରମୁଖ ଦଳ । ଅଧିକ ପଢ଼ନ୍ତୁ
Vote Counting: ଇଭିଏମ ଖୋଲିବ ବ୍ୟାସନଗର ପ୍ରାର୍ଥୀଙ୍କ ପେଡ଼ି
ସକାଳ ୮ଟାରୁ ବ୍ୟାସନଗର କଲେଜରେ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ ଗଣତି । ତେବେ ୩ ପ୍ରମୁଖ ଦଳ ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା ପିଙ୍ଗୁଆ, ବିଜେପି ପ୍ରାର୍ଥିନୀ ସୁମିତ୍ରା ଜାମୁଦା ଓ କଂଗ୍ରେସର ପ୍ରାର୍ଥିନୀ ମଞ୍ଜୁଲଛମନ ବାନାରା ପ୍ରମୁଖ ଅଧ୍ୟକ୍ଷା ପଦବୀ ପାଇଁ ରଣାଙ୍ଗନରେ ଅଛନ୍ତି। ମୁଖ୍ୟତଃ ବିଜେଡିର ସଙ୍ଗୀତା ପିଙ୍ଗୁଆ ଓ କଂଗ୍ରେସ ପ୍ରାର୍ଥିନୀ ମଞ୍ଜୁଲଛମନ ବାନାରାଙ୍କ ମଧ୍ୟରେ ଅଧକ୍ଷା ପଦବୀ ପାଇଁ ଲଢେଇ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ