ଓଡିଶା

odisha

ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା: 12 ଘଣ୍ଟା ବନ୍ଦ ରହିଲା ଯାଜପୁର

ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା । 12 ଘଣ୍ଟା ଧରି ବନ୍ଦ ରହିଲା ଯାଜପୁର । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଦିଆଯାଇଥିଲା ବନ୍ଦ ଡାକରା ।

ଡିଜାଇନ ଫଟୋ

By

Published : Oct 21, 2019, 8:39 PM IST

ଯାଜପୁର: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଆଜିର ଏହି ବନ୍ଦ 10ଟି ଯାକ ବ୍ଲକ, ଦୁଇଟି ମୁନିସିପାଲିଟି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସକାଳୁ ଅନେକ ସ୍ଥାନରେ ବିଜେପି ନେତା ଓ କର୍ମୀମାନେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହା ସହ ଟ୍ରେନ ମଧ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲାର ଅନେକ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ ସହ ସରକାରୀ ଦପ୍ତର ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

ଏହା ସହ ବସ, ଟ୍ରେନ ଆଦି ବନ୍ଦ ଥିବାରୁ ଲୋକେ ଅନେକ ହିନସ୍ତା ହେଉଥିବାର ଦେଖାଦେଇଛି । ଏପରିକି ଦୋକାନ ବଜାର ବନ୍ଦ ଥିବାରୁ ଲୋକେ ଖୋଲା ସ୍ଥାନରେ ଖାଉଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଗତ 19ତାରିଖରେ ଯାଜପୁର ଏସପି ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ । ତେବେ ଏଥିରେ ସଠିକ୍‌ ତଦନ୍ତ ହୋଇନଥିବା ଦର୍ଶାଇ ଏହାର ସିବିଆଇ ତଦନ୍ତ କରିବାକୁ ଆଜି ବିଜେପି ଏହି ବନ୍ଦ ଡାକରା ଦେଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details