ଓଡିଶା

odisha

By

Published : Oct 19, 2019, 6:07 PM IST

ETV Bharat / state

ସ୍ମିତାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ, ହତ୍ୟା ନୁହେଁ ଆତ୍ମହତ୍ୟା

ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଲା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା । ସେପଟେ ସ୍ମିତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ଗିରଫ ।

ଭିଏଲଡବ୍ଲ୍ୟୁ ମୃତ୍ୟୁ ରହସ୍ୟ ଫର୍ଦ୍ଦାଫାଶ

ଯାଜପୁର: ଉଠିଲା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାସଙ୍କ ମୃତ୍ୟୁ ଉପରୁ ପରଦା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା । ପ୍ରେମ ପାଇଁ ସେ କରିଛନ୍ତି ଆତ୍ମହତ୍ୟା । ଏନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଏସପି ଚରଣ ସିଂ । ସେପଟେ ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ କରିଛି ।

ଭିଏଲଡବ୍ଲ୍ୟୁ ମୃତ୍ୟୁ ରହସ୍ୟ ଫର୍ଦ୍ଦାଫାଶ

ସ୍ମିତାଙ୍କୁ ହତ୍ୟା କରାଯାଇନାହିଁ ବରଂ ସେ ଆତ୍ମହତ୍ୟା କରିଥିଲେ । ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବତ୍ତାଇଥିବା ଅଭିଯୋଗରେ ସପରପଞ୍ଚଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି । ସେପଟେ ପ୍ରେମ ଜନିତ କାରଣରକୁ ଏଭଳି ଘଟଣା ଘଟିଥିବା ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏସପି । ଉଭୟଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ । ରୂପେଶଙ୍କୁ ଅନ୍ୟ କାହା ସହ ସମ୍ପର୍କ ରଖିବାକୁ ବାରଣ କରୁଥିଲେ ସ୍ମିତା । ଯାହାକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ମିତା ଆତ୍ମହତ୍ୟା କରିଥିବା କହିଛନ୍ତି ଏସ୍‌ପି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details