ଓଡିଶା

odisha

ETV Bharat / state

ବକେୟା ଦରମା ଓ ଛଟେଇ ପ୍ରତ୍ୟାହାର ଦାବିରେ ଭିସାଷ୍ଟିଲ ଶ୍ରମିକଙ୍କ ବିକ୍ଷୋଭ - ବକେୟା ଦରମା ଓ ଛଟେଇ ପ୍ରତ୍ୟାହାର ଦାବିରେ ଭିସାଷ୍ଟିଲ ଶ୍ରମିକଙ୍କ ବିକ୍ଷୋଭ

ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦୂଷଣକୁ ନେଇ ଭିସା ଷ୍ଟିଲ କାରଖାନା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ଏହା ପରେ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । 5 ମାସର ବକେୟା ଦରମା ଏବଂ ଛଟେଇ ପ୍ରତ୍ୟାହାର ଦାବିରେ କାରଖାନାର ଶ୍ରମିକଙ୍କ ବିକ୍ଷୋଭ ପ୍ରତିବାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Nov 18, 2019, 11:52 PM IST

ଯାଜପୁର: 5 ମାସର ବକେୟା ଦରମା ଏବଂ ଛଟେଇ ପ୍ରତ୍ୟାହାର ଦାବିରେ ଭିସାଷ୍ଟିଲ କାରଖାନାର ଶ୍ରମିକଙ୍କ ବିକ୍ଷୋଭ ପ୍ରତିବାଦ । ଯେଉଁଥିପାଇଁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାନୁସାରେ, ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଭିସା ଷ୍ଟିଲ କାରଖାନା ବନ୍ଦ ଯୋଗୁ କାରଖାନାର କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି । ୬୯ରୁ ଉର୍ଦ୍ଧ ଶ୍ରମିକଙ୍କୁ କାରଖାନାରୁ ଛଟେଇ କରାଯାଇଛି । ଯାହାର ପ୍ରତିବାଦରେ ସୋମବାର କାରଖାନାର ଶ୍ରମିକ ମାନେ ଯଖପୁରା କରିଡର ରାସ୍ତାରେ ଥିବା ରେଳବାଇ ଫାଟକ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ ।

ନିକଟରେ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦୂଷଣକୁ ନେଇ କାରଖାନା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ଏହାପରେ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କାରଖାନାର ୟୁନିଟ ଗୁଡିକ ବନ୍ଦ ଥିବାରୁ କାରଖାନା ଏକ ପ୍ରକାର ବନ୍ଦ ହୋଇ ରହିଛି । ଯେଉଁଥିପାଇଁ ଶ୍ରମିକ ମାନଙ୍କୁ ଛଟେଇ କରାଯିବା ସହିତ ଦରମା ମଧ୍ୟ ଦିଆଯାଇନାହିଁ । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ଶ୍ରମିକମାନେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details