ଓଡିଶା

odisha

ETV Bharat / state

ଭାଇରାଲ ଇମେଲ: ମାସିକ ଚାନ୍ଦା ରିଲିଜ କର, ନହେଲେ ମିଳିବନି ସହଯୋଗ - Sukinda chromite mines

କାଳିଆପାଣି ସ୍ଥିତ ଓସ୍ତାପାଳ ବେଦାନ୍ତ କମ୍ପାନୀରେ ଗତ ନଭେମ୍ବର ମାସରେ କମ୍ପାନୀର ହେଡ଼ଅଫିସକୁ ଯାଇଥିବା ଏକ ଇମେଲ ଭାଇରଲ ହେବାପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

Sukinda chromite mines viral email
Sukinda chromite mines viral email

By

Published : Jul 30, 2021, 6:23 PM IST

ଯାଜପୁର:ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ଓସ୍ତାପାଳ ବେଦାନ୍ତ କମ୍ପାନୀରେ ଚାନ୍ଦା ଆଦାୟକୁ ନେଇ ଇ-ମେଲ । ଗତ ନଭେମ୍ବର ମାସରେ କମ୍ପାନୀର ହେଡ଼ଅଫିସକୁ ଯାଇଥିବା ଏକ ଇମେଲ ଭାଇରଲ ହେବାପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଇରାଲ ଇମେଲ, ମାସିକ ଚାନ୍ଦା ନଦେଲେ ହେବ ହଇରାଣ

ଭାଇରଲ ଇମେଲ ଅନୁସାରେ ୨୦୨୦ ମସିହା ଅକ୍ଟୋବର ମାସରେ କାଳିଆପାଣି ସ୍ଥିତ ଓସ୍ତପାଳ ଏବଂ କଲରଙ୍ଗିଅତା ଚଳାଉଥିବା ଫେକର (facor) କମ୍ପାନୀ ଠାରୁ ବେଦାନ୍ତ କମ୍ପାନୀ ଏହାର କ୍ରମାଇଟ ଉତ୍ତୋଳନ ଦାୟିତ୍ବ ଅଫିସିଆଲି ନେଇଥିଲା । ତେବେ ବେଦାନ୍ତ ଦାୟିତ୍ବ ନେବାପରେ ଏଠାରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କର ହାତଖର୍ଚ୍ଚ ବନ୍ଦ ହୋଇଯାଇଥିଲା। ଫଳରେ ବିଭିନ୍ନ ଅଫିସର, ୟୁନିଅନ, ପୋଲିସ ମାନଙ୍କୁ ଦିଆଯାଉଥିବା ମାସିକିଆ ବଟି ବନ୍ଦ ହୋଇଯାଇଥିଲା ।

ଭାଇରାଲ ଇମେଲ, ମାସିକ ଚାନ୍ଦା ନଦେଲେ ହେବ ହଇରାଣ

ତେବେ ନଭେମ୍ବର ୦୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ । ଏପରିକି କାଳିଆପାଣି ଆଇଆଇସି ମଧ୍ୟ ଫୋନକରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି।

ଏହି ଇମେଲ ଟି ଓସ୍ତପାଳ ମାଇନ୍ସର ମ୍ୟାନେଜର ଅଜୟ ପାତ୍ର ତାଙ୍କର ଉପରିସ୍ଥ ଅଧିକାରୀ ଆର. କେ. ସିଂହଙ୍କୁ ୦୯.୧୧.୨୦ ରେ ପଠାଇଥିବା ଦର୍ଶାଯାଇଛି । ଏହାର ରିମାଇଣ୍ଡର ବାକ୍ସ ୧୩.୧୧.୨୦ ରେ ପୁନର୍ବାର ପଠାଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details