ଯାଜପୁର:ଯୁକ୍ତ ୩ ଦ୍ବିତୀୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ କରିଛନ୍ତି ଯାଜପୁର ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରୀ । ଯୁକ୍ତ ୩ ଦ୍ବିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ ।
ପରୀକ୍ଷା ବାତିଲ ଦାବିରେ ବିରଜା ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ ଆଜି (ଶୁକ୍ରବାର) ଛାତ୍ରୀ ମାନେ କଲେଜ ଫାଟକ ନିକଟରେ ଟାୟାର ଜାଳି ପ୍ରତିବାଦ କରିବା ସହ ଅଭିଯୋଗ କରିଛନ୍ତି କୋଭିଡ ସମୟରେ କଲେଜ ପକ୍ଷରୁ ଠିକ ଭାବେ ପାଠ ପଢା ହୋଇନଥିବା ବେଳେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଅଫଲାଇନ ମାଧ୍ୟମରେ କରିବାକୁ କଲେଜ ପକ୍ଷରୁ ନୋଟିସ ଦିଆଯାଇଛି ।
କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ଅନଲାଇନ କରିବାକୁ ଦାବି କରିଛନ୍ତି ଛାତ୍ରୀ । ନଚେତ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରାଯାଉ । ଏନେଇ ଛାତ୍ରୀଙ୍କ ପକ୍ଷରୁ ଏକ ଦାବିପତ୍ର ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦରେ ଆଜି ଛାତ୍ରୀ ମାନେ ପରୀକ୍ଷା ବାତିଲ ପାଇଁ ଜିଦ ଧରିଛନ୍ତି ଆନ୍ଦୋଳନ ଜାରି ରଖିଛନ୍ତି ।
ରାଜ୍ୟର ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଅନେକ ମହାବିଦ୍ୟାଳୟରେ ଏବେବି ଅନଲାଇନ ପରୀକ୍ଷା ହେଉଥିବା ବେଳେ ରମାଦେବୀ ବିଶ୍ବବିଦ୍ୟାଳୟର କାହିଁକି ସ୍ବତନ୍ତ୍ର ଆଇନ ବୋଲି ଛାତ୍ରୀମାନେ ପ୍ରଶ୍ନ ଉଠାଉଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ