ଓଡିଶା

odisha

ETV Bharat / state

ଯାଜପୁରରେ ନିର୍ବାଚନୀ ହିଂସା, 14 ଗିରଫ - ଯାଜପୁରରେ ନିର୍ବାଚନୀ ହିଂସା

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା । 14 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଯାଜପୁରରେ  ନିର୍ବାଚନୀ ହିଂସା,14 ଗିରଫ
ଯାଜପୁରରେ ନିର୍ବାଚନୀ ହିଂସା,14 ଗିରଫ

By

Published : Feb 17, 2022, 5:38 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ଗତକାଲି(ବୁଧବାର) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅନେକ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଯାଜପୁର ଜିଲ୍ଲାରେ 14 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତକୁ ଯାଜପୁର ସଦର ପୋଲିସ ଗିରଫ କରିଛି । ଏବଂ ସେମାନଙ୍କ ନାମ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଯାଜପୁରରେ ନିର୍ବାଚନୀ ହିଂସା,14 ଗିରଫ

ସୂଚନାଅନୁସାରେ, ରୁଦ୍ରପୁର ଗ୍ରାମର 5 ନଂ ବୁଥକୁ ଜବରଦଖଲ କରି ଦୁବୃର୍ତ୍ତ ବାଲଟ ପେପର ନେଇଯାଇଥିଲେ। ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସେହିଭଳି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତର ଚଇନିହୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୬ନଂ ଏବଂ ୭ନଂ ବୁଥ ଅରାବଳ ପଞ୍ଚାୟତର ନାଳକୁଳର ୮ନଂ ବୁଥ ରାଗିଙ୍ଗି ଘଟଣାରେ ମୋଟ 14 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି ।

ଗିରଫ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି। ନିର୍ବାଚନରେ କୌଣସି ହିଂସାକୁ ବରଦାସ୍ତ କରାଯିବ ନାହିଁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏସପି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details