ଯାଜପୁର: ଜିଲ୍ଲାରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 953 ପାର ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସେଥିପାଇଁ ଆଜି(ଶନିବାର) ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁରରେ କୋଭିଡ ନିୟମକୁ ଫୁ, ଚିନ୍ତାରେ ପ୍ରଶାସନ ଏଥି ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ନିୟମକୁ ମାନିବାକୁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ସେହି ସବୁ ନିୟମ ମାନିବାକୁ ନାରାଜ ।
ଯାଜପୁରରେ କୋଭିଡ ନିୟମକୁ ଫୁ, ଚିନ୍ତାରେ ପ୍ରଶାସନ ତେବେ ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତସମିତିରେ ବିଭିନ୍ନ ପୋଖରୀ, ନଦୀ ଏବଂ ନାଳରେ ମାଛ ଧରିବା ନିମନ୍ତେ ନିଲାମ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଏହି ସମୟରେ ଏଠାରେ କୌଣସି କଟକଣା ଥିବା ପରି ମନେ ହେଉ ନାହିଁ । ସାମଜିକ ଦୂରତ୍ୱକୁ ଫୁ କରି ଉଡେଇ ଦେଉଛନ୍ତି ଲୋକେ । ଯାହା ଫଳରେ ଆଗାମୀ ଦିନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖାଦେଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ