ଯାଜପୁର: ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଭଗତପୁର ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା । ଭଗତପୁର ଗ୍ରାମଟି ବ୍ରାହ୍ମଣୀ ନଦୀ ପଠାରେ ଅବସ୍ଥିତ ଥିବାରୁ ନଦୀର ତୀବ୍ରସ୍ରୋତ କାରଣରୁ ଅତଡା ଖସୁଛି । ଯଦି ଏହି ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରାଯାଏ ତେବେ ଏହି ଗ୍ରାମଟି ଦିନେ ନାଁ ଦିନେ ନଦୀଗର୍ଭରେ ଲିନ ହେବ ।
ଏହା ସହିତ ଯେଉଁ ରାସ୍ତା ଦେଇ ବାଲି ଗାଡି ଗୁଡିକ ଯିବାଆସିବା କରିବ ସେହି ରାସ୍ତା ପାର୍ଶ୍ବରେ ସ୍କୁଲ, ଅଙ୍ଗନବାଡି ରହିଥିବାରୁ ପିଲାଙ୍କ ଯାତାୟତରେ ଅସୁବିଧା ହେବ । ସେଥିପାଇଁ ଏଠାରେ ବାଲିଘାଟ ନ କରିବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଅନୁରୋଧ କରିଥିଲେ । କିନ୍ତୁ ପ୍ରଶାସନ ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟି ନ ଦେଇ ଚଂଚକତା କରି ନିଲାମ କରିଛନ୍ତି I