ଯାଜପୁର: ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି 2005କୁ ପରିବର୍ତ୍ତନ ସହ 7ଦଫା ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ । ଶୁକ୍ରବାର କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମି ସାହି, କଚେରୀଗାଁ, ଅରାସାହି ଓ ଟାଙ୍ଗରସାହି ଆଦି 4ଟି ଗ୍ରାମର ଲୋକେ 7ଦଫା ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ 7ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଏହି ଦାବିପତ୍ରରେ ବିସ୍ଥାପନ ନୀତି 2005କୁ ପରିବର୍ତ୍ତନ କରାଯାଇ ନୂତନ ପରିବାରକୁ ସାମିଲ କରିବା, ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ବିସ୍ଥାପିତ ପରିବାର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ପ୍ରଦାନ କରିବା, ବର୍ତ୍ତମାନ ବଜାର ଦର ହିସାବରେ କ୍ଷତିପୂରଣ ପ୍ରଦାନ କରିବା, ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା ଓ ପାରିପାର୍ଶ୍ବିକ ଉନ୍ନୟନ କରିବା ଆଦି ଏହି ୭ଟି ଦାବି ସ୍ଥାନ ପାଇଛି । ତେବେ ଏହି ଦାବି ଗୁଡ଼ିକ ପୂରଣ ନକରି ବିସ୍ଥାପନ କରାଗଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିସହ ଏହି ଆନ୍ଦୋଳନରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।
ଏହା ବି ପଢନ୍ତୁ- ରାସ୍ତା କଡରୁ ୩ ମାସର ଶିଶୁପୁତ୍ର ଉଦ୍ଧାର