ଯାଜପୁର: ନିର୍ମାଣଧୀନ ବିଦ୍ୟୁତ୍ ଷ୍ଟ୍ରକଚର ନାମକରଣ ଏବଂ ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତତା ପ୍ରତିବାଦ ଧାରଣାରେ ବସିଛନ୍ତି କୋରେଇ ବ୍ଲକର ତାହାରପୁର ପଞ୍ଚାୟତର ଶତାଧିକ ଲୋକେ । ଅନିୟମିତତା ବିରୋଧରେ ପ୍ରତିବାଦ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତତା ପ୍ରତିବାଦରେ ଧାରଣା - ଯାଜପୁରରେ ଗ୍ରାମବାସୀଙ୍କ ଧାରଣା
ସାଆଁତରାପୁର ମୌଜାରେ ନିର୍ମାଣଧିନ ବିଦ୍ୟୁତ ଷ୍ଟ୍ରକଚର ନାମକରଣ ଏବଂ ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତା ପ୍ରତିବାଦରେ ଶତାଧିକ ଲୋକ ଷ୍ଟ୍ରକଚର ଆଗରେ ଗଣଧାରଣାରେ ବସିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ବିଦ୍ୟୁତ୍ ସଂଯୋଗୀକରଣ ଅନିୟମିତତା ପ୍ରତିବାଦରେ ଧାରଣା
ଷ୍ଟ୍ରକଚରଟି ସାଆଁତରାପୁର ମୌଜାରେ କରାଯାଉଥିବା ବେଳେ କୁଆଁରଦା ନାମକରଣ କାହିଁକି କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ହାତପାହାନ୍ତାରେ ବିଦ୍ୟୁତ ଷ୍ଟ୍ରକଚର କରାଯାଇଥିବା ବେଳେ ସେଥିରୁ କାହିଁକି ସେମାନଙ୍କୁ ବିଦ୍ୟୁତ ସଂଯୋଗ ଦେବା ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି ବୋଲି ଗାଁଲୋକେ ପ୍ରଶ୍ନ କରିଥିଲେ ।
ଖବରପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ