ଓଡିଶା

odisha

ETV Bharat / state

ଘାଇ ମରାମତି କାମ ସାରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଗ୍ରାମବାସୀ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତପୁର ଠାରେ ଗତ ଲଘୁଚାପରେ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଶେଷ ହୋଇପାରୁ ନାହିଁ । ଫଳରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଘାଇ ମରାମତି କାମ ସାରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ
ଘାଇ ମରାମତି କାମ ସାରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ

By

Published : Oct 30, 2020, 7:27 PM IST

ଯାଜପୁର: ଚଳିତବର୍ଷ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ବହୁତ କିଛି ନଷ୍ଟ କରିଦେଇଛି । ଚାଷୀଙ୍କ ଚାଷ ଠାରୁ ଆରମ୍ଭ କରି ରାସ୍ତାଘାଟ ଲଘୁଚାପ କାରଣରୁ ନଷ୍ଟ ହୋଇଯାଇଛି ।

ଘାଇ ମରାମତି କାମ ସାରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତପୁର ଠାରେ ଗତ ଲଘୁଚାପରେ ଏକ ଘାଇ ସୃଷ୍ଟି ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଗମନାଗମନରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପରେ ସୃଷ୍ଟି ହୋଇଥିବା ଘାଇ ଆଜି ପର୍ଯ୍ୟନ୍ତ ମରାମତି ହୋଇନପାରିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘାଇ ମରାମତି କାମ ଆରମ୍ଭ ହୋଇ ଅଧାରୁ କାମ ବନ୍ଦ ରହିଛି । ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତୁରନ୍ତ ଘାଇ ମରାମତି କାମ ସାରିବାକୁ ଅନୁରୋଧ କରିଛନ୍ତି । ଯଦି ଏନେଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନନିଅନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details