ଯାଜପୁର: ଭିଜିଲାନ୍ସ ଜାଲରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷ ପାଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ କମିଶନର ପିୟୂଷ ପାଣିଙ୍କ ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ବରର 7ଟି ସ୍ଥାନରେ ଏକକାଳୀନ ରେଡ୍ ଜାରି ରହିଥିବା ସୂଚନା ମିଳିଛି ।
ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର, 7ଟି ସ୍ଥାନରେ ଚଢାଉ ଜାରି - ଯାଜପୁରରେ ଭିଜିଲାନ୍ସ ଚଢାଉ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ
ଭିଜିଲାସ୍ସ ଜାଲରେ GST ଅତିରିକ୍ତ କମିଶନର
ବ୍ୟାସନଗର ସହରର ଚୋରଦା ଛକ ଠାରେ ଥିବା ଘରେ ଚଢାଉ ଜାରି ରହିଛି । ଏହି ଚଢାଉରେ ଜଣେ ଡିଏସପି, 3ଜଣ ଇନିସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରାଯାଉଛି । ତଦନ୍ତ ଜାରି ରହିଥିବାରୁ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି ।
ଇଟିଭି ଭାରତ,ଯାଜପୁର