ଓଡିଶା

odisha

ETV Bharat / state

ଯାଜପୁରରେ ଗାଡି ଯାଞ୍ଚ, ଦିନକରେ ଆଦାୟ ହେଲା ୬୫ ହଜାର

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡିର ଫିଟନେସ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଯାଞ୍ଚ । ପ୍ରଥମ ଦିନରେ ଆଦାୟ ହେଲା ୬୫,୬୫୦ଟଙ୍କା ଜୋରିମାନା । ଗାଡି ଗୁଡିକୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 11, 2019, 7:25 PM IST

ଯାଜପୁର: ସଡକ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡିର ଫିଟନେସ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଞ୍ଚ କରାଯାଉଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଉପସ୍ଥିତିରେ ପରିବହନ ବିଭାଗ, ପୋଲିସ ପକ୍ଷରୁ ଏହି ଧରପକଡ ଆରମ୍ଭ ହୋଇଛି । ଏଥିସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅନ୍ୟପକ୍ଷରେ ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ ଗୁଡିକ ପାଣିକୋଇଲି ଦେଇ ଯାଉନଥିବାରୁ ଗାଡିକୁ ତନଖି କରାଯାଇଥିଲା । ଗାଡିଗୁଡିକୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ସେମାନଙ୍କ ଠାରୁ ପ୍ରଥମ ଦିନରେ ମୋଟ ୬୫,୬୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details