ଯାଜପୁର:ଆଗାମୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ବାତ୍ୟା । ଜୱାଦକୁ ନେଇ ଭୟଭୀତ ହୋଇଛି ଚଷାପୁଅ। ଘର ସହ ଫସଲ ଉଜୁଡିବା ଚିନ୍ତା ନିଦ ଉଡେଇଲାଣି । କ୍ଷେତରେ ଅମଳ ଫସଲକୁ ସାଇତିବାରେ ଲାଗିପଡିଛନ୍ତି ଚୀଷୀ । ଯାଜପୁର ଜିଲ୍ଲାର ୧୦ ବ୍ଳକର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କଷ୍ଟ କରି ଅମଳ କରିଥିବା ଫସଲରୁ ପରିବାରର ସମସ୍ତେ ମିଶି ସାଇତିବାରେ ଲାଗି ପଡିଛନ୍ତି ।
ବର୍ତ୍ତମାନ ପାଖାପାଖି ୮୫ ଭାଗ ଧାନ ପାଚି ଯାଇଛି । ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ବାତ୍ୟାକୁ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଅପର ପକ୍ଷରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ଯେ ବର୍ଷା ପୂର୍ବରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିବା ପାଇଁ । ତରବରିଆ ହୋଇ ଚାଷୀ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି ।