ଯାଜପୁର: ଡୁବୁରୀ-ଚଣ୍ଡିଖୋଲ 53ନଂ ଜାତୀୟ ରାଜପଥର ବାଇସାହି ଛକ ନିକଟରେ ଅଘଟଣ । ଏକ ପିକଅପ୍ ଭ୍ୟାନ୍ ରାସ୍ତା ତଳକୁ ଓଲଟି ପଡିବାରୁ ଘଟଣାସ୍ଥଳରେ 7ଟି ଗୋରୁଙ୍କର ମୃତ୍ୟୁ ଘଟିଛି ।
ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ସୁକିନ୍ଦା ହରିପୁର ହାଟରୁ ପ୍ରାୟ 30ରୁ ଊର୍ଦ୍ଧ୍ବ ଗୋରୁ ଏକ ପିକଅପ୍ ଭ୍ୟାନରେ ଅନ୍ୟତ୍ର ଚୋରା ଚାଲାଣ ହେଉଥିଲା । ବାଇସାହି ଛକ ଅତିକ୍ରମ କରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ବାରମ୍ବାର ଏହି ରାସ୍ତା ଦେଇ ବେଆଇନ୍ ଗୋରୁ ଚାଲାଣ ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।