ଓଡିଶା

odisha

ETV Bharat / state

ଯାଜପୁରରେ ବୟସ୍କ ନେଲେ ଟିକା

ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ 190ଜଣଙ୍କୁ ଟିକା ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Mar 5, 2021, 9:45 AM IST

ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଟୀକାକରଣ
ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଟୀକାକରଣ

ଯାଜପୁର: ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାରଠାରୁ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ 190ଜଣଙ୍କୁ ଟିକା ଦିଆଯାଇଛି ।

ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଟୀକାକରଣ

ଯାଜପୁରରେ ଗୁରୁବାରଠାରୁ ବରିଷ୍ଠ ନାଗରିକଙ୍କୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦୦ଜଣ ଟିକା ନେବାକୁ ଥିବାବେଳେ ଆଜି ୧୯୦ ଜଣ ବ୍ୟାସନଗର ପୌର ପରିଷଦର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଇଛି । ଟିକା ନେବା ପରେ ସମସ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି, ଜାନୁଆରୀ 16ରୁ ଦେଶବ୍ୟାପୀ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଚଳିତ ମାସ 1 ତାରିଖରେ ଦେଶର ବରିଷ୍ଠ ନାଗରିକଙ୍କୁ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details