ଓଡିଶା

odisha

ETV Bharat / state

୩ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା - କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଯାଜପୁର ଗସ୍ତରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ ଜିଲ୍ଲାକୁ ୩ ଦିନିଆ ଗସ୍ତରେ ଆସିଛନ୍ତି । ଅଧିକ ପଢନ୍ତୁ

୩ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା
୩ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା

By

Published : Sep 9, 2022, 3:18 PM IST

ଯାଜପୁର: କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା (Union Tribal Affairs Minister Arjun Munda) ୩ ଦିନିଆ ଯାଜପୁର ଗସ୍ତ କରିଛନ୍ତି । ଜିଲ୍ଲାର ବରୁଆଁରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜିଲ୍ଲା ଭାଜପା ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପି ଆର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ସେ ଦର୍ଶନ କରିଥିଲେ । ସେଠାରୁ ଜିଲ୍ଲାପାଳ ଅଫିସରେ ଏକ ସରକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନାର କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

୩ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଏହା ବି ପଢନ୍ତୁ- ନିଟ୍‌ରେ ସଫଳ ସୋମଦତ୍ତ, ରୋଗୀ ସେବା କରିବାକୁ ରଖିଛନ୍ତି ଲକ୍ଷ୍ୟ

ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସ୍ବାଗତ କରାଯାଇଛି । ଏହି ବାଇକ ରାଲିରେ ବିଜେପିର କର୍ମକର୍ତ୍ତା ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବାବେଳେ, ଏକ ବୈଠକର ଆୟୋଜନ କରାଯାଇଥିଲା । ଏହାପୂର୍ବରୁ ଗତ ଜୁନ୍‌ ମାସରେ ସେ ଓଡ଼ିଶା ଗସ୍ତରେ ଆସିଥିଲେ ।

ଏହା ବି ପଢନ୍ତୁ- ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦକର: NGT ଦେଲେ ନିର୍ଦ୍ଦେଶ

ସେ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବୁଲି ଦେଖିଥିଲେ । ଏହାସହ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ପରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀଙ୍କ ସହ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details