ଓଡିଶା

odisha

ETV Bharat / state

ସାହସ ପାଇଁ ସମ୍ମାନ; କେମିତି ଥିଲା ସେଦିନର ଘଟଣା, ଶୁଣନ୍ତୁ... - ଯାଜପୁର ଜିଲ୍ଲା କୋରେଇ

ନିଜ ଜୀବନକୁ ଖାତିର ନକରି ଦୁଇ କୋମଳମତି ବାଳକ ଡେଇଁଥିଲେ ପାଣି ଭିତରକୁ । ଲକ୍ଷ ଥିଲା କେବଳ ଛୋଟ ଶିଶୁଟିକୁ ଉଦ୍ଧାର କରିବା । ଆଉ 6 ବର୍ଷ ଶିଶୁଟିର ଜୀବନ ବଞ୍ଚାଇ ଆଜି ବେଶ୍‌ ଚର୍ଚ୍ଚାରେ ଯାଜପୁର ଜିଲ୍ଲା କୋରେଇ ଗାଇଁ ଦୁଇ ନାବାଳକ ମହମ୍ମଦ ଶୋଏବ ଏବଂ ଶେଖ୍ ତୋସିବ । ଏହି ଘଟଣା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Sep 13, 2019, 4:55 PM IST

ଯାଜପୁର: ଛୋଟ ପିଲାଙ୍କ ବଡ କାମକୁ ନେଇ ଚାରିଆଡେ ଚର୍ଚ୍ଚା । ଚର୍ଚ୍ଚା ଏପରି ହେଲା ଯେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରି ସାବାସି ଦେଲେ । ଆଉ ଏ କଥା ହେଉଛି ଜିଲ୍ଲାର କୋରେଇ ବ୍ଲକ ସାଦକପୁର ଗାଁର ଅଷ୍ଟମ ଶ୍ରେଣୀର ଛାତ୍ର ଶେଖ୍ ମହମ୍ମଦ ଶୋଏବ ଏବଂ ଶେଖ ତୋସିବଙ୍କର। ଉଭୟଙ୍କ ସାହସ ଓ ନିର୍ଭିକତା ପାଇଁ ଜଣେ ପ୍ରଥମ ଶ୍ରେଣୀର ଛାତ୍ରର ଜୀବନ ବଞ୍ଚିଗଲା। ଛାତ୍ର ଜଣକ ପୋଖରିରେ ବୁଡିଯାଉଥିବା ଦେଖି ପାଣିକୁ ଡେଇଁ ପଡିଥିଲେ ଶୋଏବ ଏବଂ ତୋସିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନିଜ ଜୀବନକୁ ବାଜି ଲଗାଇ ପିଲାଟିକୁ ବଞ୍ଚାଇବା ପରେ ସାଙ୍ଗ ସାଥୀ ଠାରୁ ଆରମ୍ଭ କରି ସାହି ପଡିଶା ସେମାନଙ୍କ ସାହସିକତାକୁ ପ୍ରଶଂସାରେ ପୋତି ପକାଉଛନ୍ତି । ଅନ୍ୟ ଛାତ୍ର ମାନଙ୍କ ପାଇଁ ସେମାନେ ପାଲଟିଛନ୍ତି ଉଦାହରଣ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି । ନିଜ ସ୍କୁଲ ପାଖ ପୋଖରୀରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ବୁଡିଯାଉଥିବା ଦେଖି ଉଭୟ ଡେଇଁପଡିଥିଲେ ପୋଖରି ମଧ୍ୟକୁ । ଆଉ ସୁରକ୍ଷିତ ଭାବେ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲେ ଉଭୟ ଶୋଏବ ଏବଂ ତୋସିବ ।

ଉଭୟଙ୍କ ସାହାସିକତା ସଂପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଯାଇଥିଲା । ଚାରିଆଡୁ ଆସିଥିଲା ଶୁଭେଚ୍ଛାର ସୁଅ । ସାଦକପୁର ଭଳି ଅଖ୍ୟାତ ଗାଁ ଉଭୟଙ୍କ ସାହାସିକତା ପାଇଁ ପାଲଟି ଯାଇଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଉଭୟ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଥିଲା । ସ୍ଥାନୀୟ ବିଧାୟକ ଅଶୋକ ବଳ ଏବଂ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ବିଭିନ୍ନ ଉପହାର ଦେବା ସହିତ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଏତେ କମ ବୟସରେ ଦୁଇ ପିଲାଙ୍କ କାର୍ଯ୍ୟ ପାଇଁ ଖାଲି କୋରେଇ ନୁହେଁ ସାରା ରାଜ୍ୟ ଆଜି ଗର୍ବିତ । ତେବେ ଏହି ପିଲା ଦୁହିଁଙ୍କୁ ଯଦି ପ୍ରଧାନମନ୍ତ୍ରୀ ସାହାସିକତା ପୁରସ୍କାର ମିଳନ୍ତା ସେ ଆହୁରି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ବାର୍ତ୍ତା ହୁଅନ୍ତା ବୋଲି କୋରେଇ ହାଇସ୍କୁଲର ଶିକ୍ଷକ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details