ଓଡିଶା

odisha

ETV Bharat / state

କୋରୋନା ପାଇଁ ପ୍ରତିଦିନ ଖୋଲା ରହିବ ବିରଜା ସାପ୍ତାହିକ ହାଟ - corona virus

ପ୍ରତିଦିନ ଖୋଲା ରହିବ ବିରଜା ସାପ୍ତାହିକ ହାଟ। ପୂର୍ବରୁ ଲକ ସପ୍ତାହକୁ ଦୁଇ ଦିନ ଖୋଲୁଥିବା ଏହି ହାଟକୁ ସବୁଦିନ ଖୋଲି ଗହଳି କମାଇବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ଅଧିକ ଖବର ପଢନ୍ତୁ...

biraja vegetable market
କୋରୋନା ପାଇଁ ପ୍ରତିଦିନ ଖୋଲା ରହିବ ବିରଜା ସାପ୍ତାହିକ ହାଟ

By

Published : Mar 30, 2020, 1:29 PM IST

ଯାଜପୁର: ଏବେ ପ୍ରତିଦିନ ଖୋଲା ରହିବ ବିରଜା ସାପ୍ତାହିକ ହାଟ। କୋରେନା ପାଇଁ ଲକ ଡାଉନ ଘୋଷଣା ହେବା ପରେ ଯାଜପୁରର ସର୍ବବୃହତ ତଥା ସର୍ବ ପୁରାତନ ବିରଜା ହାଟକୁ ଖୋଲିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ହାଟ ପ୍ରତ୍ୟେକ ରବିବାର ଓ ଗୁରୁବାର ହେଉଥିଲା। ଏଥିରେ ୮୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ନିଜର ବ୍ୟବସାୟ କରୁଥିଲେ।

କୋରୋନା ପାଇଁ ପ୍ରତିଦିନ ଖୋଲା ରହିବ ବିରଜା ସାପ୍ତାହିକ ହାଟ

ସୂଚନା ଅନୁସାରେ, ଲକ ଡାଉନ ଯୋଗୁଁ ସଂପୁର୍ଣ୍ଣ ହାଟକୁ ବନ୍ଦ କରାଯାଇଥିଲା । ହାଟ ଖୋଲିବା ପାଇଁ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରିବା ପରେ ଜିଲ୍ଲାପାଳ ଏହାକୁ ସବୁଦିନ ଖୋଲିବା ସହିତ ୬୦ଟି ଦୋକନ ଖୋଲିବାକୁ ଅନୁମତି ଦେଇଛନ୍ତି। ପଂଳରେ ହାଟରେ ଭିଡ ହେବ ନାହିଁ।

ଅନ୍ୟପଟେ କୋରୋନା ସମୟରେ କେତେକ ଅସାଧୁ ବ୍ୟବସାୟୀ ଖାଉଟିଙ୍କ ଠାରୁ ଚଢ଼ା ଦରରେ ଅର୍ଥ ଆଦାୟ କରୁଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଉଭୟ ଖୁଚୁରା ଓ ପାଇକାରି ଦର ନିର୍ଦ୍ଧାରିତ କରାଯାଇଛି। ଏହି ଦର ତାଲିକାକୁ ପ୍ରତ୍ୟେକ ବ୍ୟବସାୟୀ ନିଜ ଦୋକାନ ଆଗରେ ମାରିବେ।

ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ହାଟ ଖୋଲିବା ପରେ ବ୍ୟବସାୟୀ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details