ଯାଜପୁର: ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ୪ ଆହତ । ଏଭଳି ଏକ ଘଟଣା ଘଟିଛି ଯାଜପୁର ସଠିପୁର ଛକ ନିକଟରେ । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।
ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ୪ ଆହତ - ଯାଜପୁର ବଡ଼ ମେଡିକାଲ ଭର୍ତ୍ତି
ଯାଜପୁର ସଠିପୁର ଛକ ନିକଟରେ ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ୪ ଆହତ । ଅଧିକ ପଢନ୍ତୁ....
ଦୁଇ କଣ୍ଟେନର ମୁହାଁ ମୁହିଁ ଧକ୍କା,୪ ଆହତ
ମିଳିଥିବା ସୂଚନାଅନୁଯାୟୀ ଆଜି ଭୋର ସମୟରେ ପାଣିକୋଇଲି ଥାନା ସଠିପୁର ଓଭର ବ୍ରିଜ ଉପରେ ଦୁଇଟି କଣ୍ଟେନର ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଦୁଇ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଦୁର୍ଘଟଣାକୁ ଦେଖି ଗ୍ୟାସ କଟର ସାହଯ୍ୟରେ କାଟି ଦୁଇ ଡ୍ରାଇଭରଙ୍କୁ ବାହାର କରିଥିଲେ। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ସହ ଦୁଇ ହେଲ୍ପର ଗୁରୁତର ଆହତ ହୋଇଥଲେ । କଟକରୁ ଭଦ୍ରକ ଓ ଭଦ୍ରକ ଜିଲ୍ଲାରୁ ପାଣିକୋଇଲିକୁ ଦୁଇଟି କଣ୍ଟେନର ଗାଡି ମାଲ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ