ଯାଜପୁର: ଜିଲ୍ଳାର ବଡଚଣା ଥାନା ପେଟ୍ରୋଲ ଟାଙ୍କି ନିକଟରୁ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିଛି ।
ଚୋରା କୋଇଲା ବୋଝେଇ ଟ୍ରକ ଜବତ - ପୋଲିସ ଜବତ
ଯାଜପୁର ରୋଡ ଏସଡିପିଓ କେଦାର ନାଥ ସାହୁ ପେଟ୍ରୋଲ ଟାଙ୍କି ନିକଟରୁ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ଯାଜପୁର ରୋଡ ଏସଡିପିଓ କେଦାର ନାଥ ସାହୁ କୌଣସି ସୂତ୍ରରୁ ଖବର ପାଇ ଏହି କୋଇଲା ବୋଝେଇ ଟ୍ରକକୁ ପିଛା କରିଥିଲେ । ପରେ ଏହାକୁ ଧରିବା ସହ ଟ୍ରକରେ ଥିବା ଜଣେ ଲୋକକୁ ଅଟକ ରଖାଯାଇଛି । ଏହି ଚୋରା କୋଇଲାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଟ୍ରକକୁ ବଡଚଣା ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରହିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ