ଓଡିଶା

odisha

ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 3ମୃତ, ଜଣେ ଆହତ - ପଛପଟୁ ପିଟିହୋଇ ଧକ୍କା ତିନି ମୃତ

ଯାଜପୁରରେ ଆଳୁ ଵୋଝେଇ ଟ୍ରକ ସହ ମୋଟର ସାଇକେଲ ଧକ୍କା । ତିନି ମୃତ ଜଣେ ଗୁରୁତର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Nov 12, 2019, 11:21 AM IST

ଯାଜପୁର: ପବିତ୍ର କାର୍ତ୍ତକ ପୂର୍ଣିମାରେ ଦୁଃଖଦ ଘଟଣା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ । ଯାଜପୁର ପାଣିକୋଇଲି ଥାନା ଅଞ୍ଚଳରେ ଏକ ଆଳୁ ବୋଝେଇ ଟ୍ରକ ସହିତ ମୋଟର ସାଇକେଲ ଧକ୍କା ହୋଇ ଏହି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦାରେ ଏକ ଆଳୁ ବୋଝେଇ ଗାଡି ପଛ ପଟୁ ମୋଟର ସାଇକେଲଟି ପିଟି ହୋଇଥିଲା । ମୋଟର ସାଇକେଲରେ ଥିବା ତିନିଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତିନି ମୃତକ ହେଲେ ନହରପଦା ଗାଁ ଜଗନ୍ନାଥ ପଣ୍ଡା ବିରୁହା ପଞ୍ଚାୟତର ତଣ୍ଡରା ଗାଁ ସିପୁନ ଦଳେଇ , ମହେଶ୍ବର ଦଳେଇ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଯାଜପୁରରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details