ଓଡିଶା

odisha

By

Published : Oct 18, 2022, 11:47 AM IST

ETV Bharat / state

କଳିଙ୍ଗନଗର ଶିଳ୍ପାୟନ: ଇଡ୍‌କୋର ଅବହେଳା ଅଭିଯୋଗରେ ବିସ୍ଥାପିତଙ୍କ ବ୍ଳକ ଅଫିସ ଘେରାଉ

ବିସ୍ଥାପନର ୨୭ ବର୍ଷ ପରେ ବି ହନ୍ତସନ୍ତ ତ୍ରିଜଙ୍ଗା କଲୋନୀବାସୀ, ବିଭିନ୍ନ ସମସ୍ୟାକୁ ନେଇ ବିସ୍ଥାପିତଙ୍କ ରାସ୍ତା ରୋକ । ଅଧିକ ପଢନ୍ତୁ

କଳିଙ୍ଗନଗର ଶିଳ୍ପାୟନ: ଇଡ୍‌କୋର ଅବହେଳା ଅଭିଯୋଗରେ ବିସ୍ଥାପିତଙ୍କ ବ୍ଳକ ଅଫିସ ଘେରାଉ
କଳିଙ୍ଗନଗର ଶିଳ୍ପାୟନ: ଇଡ୍‌କୋର ଅବହେଳା ଅଭିଯୋଗରେ ବିସ୍ଥାପିତଙ୍କ ବ୍ଳକ ଅଫିସ ଘେରାଉ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପୁଣି ସୃଷ୍ଟି ହୋଇଛି ଅଶାନ୍ତ ବାତାବରଣ । ବିଭିନ୍ନ କାରଖାନା ଦ୍ବାରା ବିସ୍ଥାପିତ ହୋଇଥିବା ପରିବାର ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ତ୍ରିଜଙ୍ଗା କଲୋନୀର ବିସ୍ଥାପିତ ପରିବାର । ସ୍ଥାନୀୟ ମିଲିଟାରୀ ଛକ ଠାରେ ୯ ଦଫା ଦାବି ନେଇ ବିସ୍ଥାପିତ ପରିବାରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ରୋକ କରିଛନ୍ତି । ଏଥିସହିତ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ଫଳରେ ଯାଜପୁର ରୋଡ଼ ପଟୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଇଡ୍‌କୋର ଅବହେଳା ଅଭିଯୋଗରେ ବିସ୍ଥାପିତଙ୍କ ବ୍ଳକ ଅଫିସ ଘେରାଉ

ଅଭିଯୋଗ ମୁତାବକ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ କାରଖାନା ଦ୍ବାରା ବିସ୍ଥାପିତ ହୋଇଥିବା ପାଖଆଖ ୧୨ଟି ଗ୍ରାମର ବିସ୍ଥାପିତ ପରିବାର ଦାନଗଦି ଠାରେ ଇଡକୋ ଦ୍ବାରା ନିର୍ମିତ ହୋଇଥିବା ତ୍ରିଜଙ୍ଗା ପୁର୍ନଃବାସ କଲୋନୀରେ ରହିଆସୁଛନ୍ତି । ଗତ ୧୯୯୪ ମସିହାରୁ ବସବାସ କରିଆସୁଛନ୍ତି ବିସ୍ଥାପିତ । ତେବେ ଏହି ବିସ୍ଥାପିତଙ୍କ କଲୋଲୀରେ ନାନା ଅସୁବିଧା ଥିବାରୁ ସେମାନେ ଧାରଣାକୁ ଓହ୍ଲାଇଥିଲେ । କଲେନୀରେ ସମସ୍ତ ପ୍ରକାର ସୁବ୍ୟବସ୍ଥା, ରକ୍ଷଣା ବେକ୍ଷଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଇଡକୋକୁ ସମସ୍ତ ଦାୟିତ୍ବ ନ୍ୟସ୍ତ କରିଥିଲେ । ହେଲେ ୧୯୯୫ ମସିହା ପରଠାରୁ ଇଡକୋ ଏହି କଲୋନୀରେ କୌଣସି ରକ୍ଷଣା ବେକ୍ଷଣ କିମ୍ବା ଉନ୍ନୟନମୂଳକ କାର୍ଯ୍ୟ କରିନାହିଁ ।

ଫଳରେ ଏଠାରେ ବସବାସ କରୁଥିବା ବିସ୍ଥାପିତ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇଡକୋ ବିସ୍ଥାପିତ ପରିବାରମାନଙ୍କ ପାଇଁ ରାସ୍ତା, ଡ୍ରେନ୍, ବିଦ୍ୟୁତ୍, ପାର୍କ, ଖେଳପଡିଆ, ଶ୍ମଶାନ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ଅଧିକାର ଯୋଗାଇ ଦେବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ଇଡକୋ । ଏସବୁ ସମସ୍ୟା ନେଇ ପୂର୍ବରୁ ବାରମ୍ବାର ଇଡକୋ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟହୋଇ ବିସ୍ଥାପିତ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୯ ଦଫା ଦାବିରେ କଳିଙ୍ଗନଗର ପ୍ରବେଶ ପଥ ମିଲିଟାରୀ ଛକ ଠାରେ ବିସ୍ଥାପିତ ପରିବାରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ରୋକ କରିଥିଲା।
ଏହା ମଧ୍ୟ ପଢନ୍ତୁ-ଗଛରେ ପିଟି ହେଲା ଆମ୍ବୁଲାନ୍ସ, 2 ମୃତ

ଏହା ପୂର୍ବରୁ ତ୍ରିଜଙ୍ଗା ବିସ୍ଥାପିତ କଲୋନୀ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାର ତୁରନ୍ତ ଇଡିକୋ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ଯଦି ଏହା ପବରଣ ନହୁଏ ତେବେ ସେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।

ABOUT THE AUTHOR

...view details