ଓଡିଶା

odisha

By

Published : Oct 14, 2022, 5:53 PM IST

ETV Bharat / state

କଳିଙ୍ଗନଗର ଶିଳ୍ପାୟନ: ବିସ୍ଥାପନର ୨୭ ବର୍ଷ ପରେ ବି ହସ୍ତସନ୍ତ ତ୍ରିଜଙ୍ଗା କଲୋନୀବାସୀ

ବିସ୍ଥାପନକୁ ୨୭ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ୍ରିଜଙ୍ଗା ବିସ୍ଥାପିତ କଲୋନୀବାସୀ । ଇଡିକୋ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବାକୁ ଦାବି । ଅଧିକ ପଢନ୍ତୁ

କଳିଙ୍ଗନଗର ଶିଳ୍ପାୟନ: ବିସ୍ଥାପନର ୨୭ ବର୍ଷ ପରେ ବି ହସ୍ତସନ୍ତ ତ୍ରିଜଙ୍ଗା କଲୋନୀବାସୀ
କଳିଙ୍ଗନଗର ଶିଳ୍ପାୟନ: ବିସ୍ଥାପନର ୨୭ ବର୍ଷ ପରେ ବି ହସ୍ତସନ୍ତ ତ୍ରିଜଙ୍ଗା କଲୋନୀବାସୀ

ଯାଜପୁର: କଳିଙ୍ଗନଗର ଶିଳ୍ପାୟନ ପାଇଁ ନେସ୍କୋ ଦ୍ବାରା ଅନେକ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପନକୁ ୨୭ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିସ୍ଥାପିତ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନାନା ସମସ୍ୟା ବିଷୟରେ ଜଣାଇବା ସହ ଇଡିକୋ ଟଙ୍କା ନେଇ କିଛି ବି ପଦକ୍ଷେପ ଗ୍ରହଣ କରୁନଥିବା ତ୍ରିଜଙ୍ଗା ବିସ୍ଥାପିତ କଲୋନୀବାସୀ(Trijanga rehabilitation colony) ଅଭିଯୋଗ କରିଛନ୍ତି ।

କଳିଙ୍ଗନଗର ଶିଳ୍ପାୟନ: ବିସ୍ଥାପନର ୨୭ ବର୍ଷ ପରେ ବି ହସ୍ତସନ୍ତ ତ୍ରିଜଙ୍ଗା କଲୋନୀବାସୀ

୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ କଲୋନୀ ମଧ୍ୟରେ ଥିବା ରାସ୍ତା, ଡ୍ରେନ, ବିଜୁଳି, ପାର୍କ, ଖେଳପଡ଼ିଆ, ଶ୍ମଶାନ,ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିଁ । ସରକାର ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ଇଡିକୋକୁ ଦେଇଥିଲେ, କିନ୍ତୁ କମ୍ପାନୀ ମାନଙ୍କଠାରୁ ଇଡିକୋ ଟଙ୍କା ନେଇ କିଛି ବି ପଦକ୍ଷେପ ଗ୍ରହଣ କରୁନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ତ୍ରିଜଙ୍ଗା ବିସ୍ଥାପିତ କଲୋନୀବାସୀ । ତେଣୁ ସରକାର ତୁରନ୍ତ ଇଡିକୋ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି । ଯଦି ୭ ଦିନ ଭିତରେ ଦାବି ପୁରଣ ନହୁଏ, ତେବେ ଆଗାମୀ ଦିନରେ କଳିଙ୍ଗନଗର ମୁଖ୍ୟ ରାସ୍ତା ମିଲେଟାରି ଛକରେ ଆନ୍ଦୋଳନ କରିବା ନେଇ ବିସ୍ଥାପିତ କଲୋନୀବାସୀ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା

ଏନେଇ ବିସ୍ଥାପିତ କଲୋନୀବାସୀ ଆଜର ଅହମ୍ମଦ ଖାଁନ କହିଛନ୍ତି ଯେ, ''୧୯୯୪ ମସିହାରେ ଆମେ ବିସ୍ଥାପିତ ହେଲୁ, ଆମେ ବିସ୍ଥାପିତ ହେବା ପରେ ଇଡକେ ଏହି କଲୋନି ତିଆରି କରିଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଇଡକେ ଏଠାରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିନାହିଁ, କିମ୍ବା କଲୋନୀର ରକ୍ଷଣାବେକ୍ଷଣ ମଧ୍ୟ କରିନାହିଁ, ଏନେଇ ଇଡକୋକୁ ବାମ୍ଭାର ଜଣାଇଥିଲେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇବା ପରେ ଏହି କଲୋନୀ ଇଡକୋ ଅଣ୍ଡରରେ ରହିଛି, ଆମେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିପାରିବୁ ନାହୁଁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସରକାରଙ୍କୁ ଜଣାଉଛୁ ଏହି ବିସ୍ଥାପିତ କଲୋନୀର ଯେଉଁ ସମସ୍ୟା ରହିଛି, ଇଡିକୋ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରି ବ୍ଲକ ପ୍ରଶାସନ ବା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଉ, ନହେଲେ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ।''

ଯାଜପୁର, ଇଟିଭି ଭାରତ

ABOUT THE AUTHOR

...view details