ଯାଜପୁର : ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । କାଜଲ ନାୟକ ନାମକ ସ୍ଥାନୀୟ ଅଞ୍ଚଳର ଜଣେ କିନ୍ନର ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରିବାର ସହ କିନ୍ନର ସମାଜ ପାଇଁ ଗର୍ବ ଆଣି ଦେଇଛନ୍ତି ।
କେବଳ କିନ୍ନର ନୁହେଁ, ସେ ଜଣେ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ଖୁବ ପରିଚିତ । 2019 ସାଧାରଣ ନିର୍ବାଚନରେ କୋରେଇ ବିଧାନସଭା ଆସନରେ କାଜଲ ବାହୁଜନ ସମାଜ ପାର୍ଟିର ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଏଥିସହିତ ନିଜକୁ ସଭ୍ୟ ସମାଜର ମଣିଷ ଭାବେ ପ୍ରତିପାଦିତ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ।