ଓଡିଶା

odisha

ETV Bharat / state

ଦ୍ବିତୀୟ ପର୍ଯ୍ୟାୟରେ ଯାଜପୁରର 151 ସ୍କୁଲ ହେଲା ରୂପାନ୍ତରିକରଣ - ଦ୍ବିତୀୟ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତିକରଣ

ଦ୍ବିତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର 151ଟି 5T ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲ ଗୁଡ଼ିକୁ ଲୋକାର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ

Transformation of the school through 5t in jajpur
2ପର୍ଯ୍ୟୟରେ ଯାଜପୁର ଜିଲ୍ଲାରେ 151 ସ୍କୁଲର ରୂପାନ୍ତରିକରଣ

By

Published : Jun 11, 2022, 9:13 AM IST

ଯାଜପୁର:ଦ୍ବିତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର 151ଟି 5T ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲ ଗୁଡ଼ିକୁ ଲୋକାର୍ପଣ କରିଛନ୍ତି । ରସୁଲପୁର ବ୍ଲକ ଜାବରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇଥିଲେ ।

2ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ 151 ସ୍କୁଲର ରୂପାନ୍ତରିକରଣ

ଏଥିସହ ଯାଜପୁର ସାଂସଦ, ରାଜ୍ୟସଭା ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋରାଇ ବିଧାୟକ, ଧର୍ମଶାଳା ବିଧାୟକ, ବଡ଼ଚଣା ବିଧାୟକ ଓ ବରୀ ବିଧାୟିକା ପ୍ରମୁଖ ସାମିଲ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ 64ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) 2ୟ ପର୍ଯ୍ୟାୟରେ 151ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଛି । ତେବେ 5T ଅଧିନରେ ଜିଲ୍ଲାରେ ମୋଟ 215ଟି ହାଇସ୍କୁଲର ନବକଳେବର ହୋଇଛି । ଉନ୍ନତ ଶିକ୍ଷାଲାଭ କ୍ଷେତ୍ରରେ ଆଗାମୀ ଦିନରେ ଏହି ସ୍ମାର୍ଟ ସ୍କୁଲ ଗୁଡ଼ିକ ଫଳପ୍ରଦ ହେବ ବୋଲି ବିଧାୟକ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details