ଓଡିଶା

odisha

ETV Bharat / state

ମନ କିଣୁଛି ଅଶୋକଝର, ଜମୁଛି ପର୍ଯ୍ୟଟକଙ୍କ ଭିଡ - ଅଶୋକଝର ଜଳପ୍ରପାତ

ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଝରଣା। ଯେଉଁଥିପାଇଁ ଏହାର ନାଁ ଅଶୋକଝର। ଏହାର ପାହାଡ ଉପରେ ଥିବା ମା’ ଅଶୋକେଶ୍ବରୀଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏଠି ପୂଜା ପାଉଛନ୍ତି ମା’ । ଅଧିକ ପଢନ୍ତୁ...

ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ
ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ

By

Published : Jan 21, 2020, 3:05 PM IST

ଯାଜପୁର: ସୁକିନ୍ଦା ବ୍ଲକର ଅଶୋକଝର ଜଳପ୍ରପାତ । ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟନି ସହ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଝରଣା। ଯେଉଁଥିପାଇଁ ଏହାର ନାଁ ଅଶୋକଝର। ଏହାର ପାହାଡ ଉପରେ ଥିବା ମା’ ଅଶୋକେଶ୍ବରୀଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏଠି ପୂଜା ପାଉଛନ୍ତି ମା’ । ଏହି କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିଲେ ବି ଭିତ୍ତିଭୂମିର ବିକାଶ ଏଯାଏଁ ହୋଇନାହିଁ । ପ୍ରତିବର୍ଷ ମକର ସଂକ୍ରାନ୍ତୀ ଠାରୁ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ।

ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ


ସବୁଜବନାନୀ ଭରା ସୁଶୋଭିତ ପରିବେଶ । ପାହାଡ ପାଦଦେଶରୁ ଶୀର୍ଷ ଯାଏ ଲମ୍ବିଛି ଏକ ରାସ୍ତା । କେଉଁଠି କେଉଁଠି ଦୃଶ୍ୟମାନ ହେଉଛି ପୂରାତନ ପାହାଚ । ସତେ ଯେମିତି କେଉଁ ଏକ ଅଜଣା ଚିତ୍ରକର ପର୍ଯ୍ୟଟକଙ୍କ ମନ ମୋହିବାକୁ ସୁନ୍ଦର ଚିତ୍ରଟିଏ ଆଙ୍କି ଦେଇଛି । ସତରେ ନିଆରା ଏ ପରିବେଶ । ଆତ୍ମବିଭୋର ହୋଇ ଉଠନ୍ତି ଏଠାକୁ ବୁଲି ଆସୁଥିବା ଦୂରଦୂରାନ୍ତର ପର୍ଯ୍ୟଟକ । ଏପଟେ ବଣଭୋଜି ପାଇଁ ପ୍ରତିଦିନ ଏଠାକୁ ଛୁଟୁଛନ୍ତି ଶହ ଶହ ପୁରୁଷ ଓ ମହିଳା । ତେବେ ମହିଳାଙ୍କ ଶୌଚ ପାଇଁ ଶୌଚାଳୟ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ । ଭଲ ରାସ୍ତା, ବିଶ୍ରାମାଗାର କିମ୍ବା ଆଲୋକ ବ୍ୟବସ୍ଥା ନଥିବାରୁ ସଭିଏଁ, ଖାସ୍ କରି ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଶୋକଝର। ଏହି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ କରାଗଲେ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ସମ୍ଭବ ହୋଇପାରନ୍ତା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details