ଓଡିଶା

odisha

ETV Bharat / state

ସୁକିନ୍ଦା ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ - ନନ୍ଦ କିଶୋର ପୃଷ୍ଟି

ଯାଜପୁର ଜିଲ୍ଲା ସୁକିନ୍ଦା ଗସ୍ତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ସୁକିନ୍ଦା ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ
ସୁକିନ୍ଦା ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

By

Published : Sep 11, 2021, 3:29 PM IST

ଯାଜପୁର: ରାଜ୍ୟ ପର୍ଯ୍ୟଟନ, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯାଜପୁର ଜିଲ୍ଲାର ସୁକିନ୍ଦାକୁ ଗସ୍ତ କରିଛନ୍ତି । ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ସୂଚନା ମିଳିଛି । ଏହି ଗସ୍ତରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ସୁକିନ୍ଦା ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

ମନ୍ତ୍ରୀ ପ୍ରଥମେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଗ୍ରାମ କନ୍ତିରାରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିର୍ମାଣ ହୋଇଥିବା ନନ୍ଦ ସାରଙ୍କ ଚାଟଶାଳୀକୁ ମନ୍ତ୍ରୀ ଉଦଘାଟନ କରିବା ସହ ନନ୍ଦ ସାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ନନ୍ଦ ସାର ଏକ ଗଛ ମୂଳେ ଚାଟଶାଳୀ ଖୋଲି ଦୀର୍ଘ ୭୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପିଲା ମାନଙ୍କୁ ଶିକ୍ଷାଦାନ କରି ଆସୁଥିଲେ।

ତେବେ ତାଙ୍କ ଚାଟଶାଳୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ଘର ନିର୍ମାଣ କରାଯାଇଛି । ଏଥିସହିତ ମନ୍ତ୍ରୀ ସ୍ଥାନୀୟ ହରିପୁର ଠାରେ ସହରି ଢାଞ୍ଚାରେ ନିର୍ମାଣ ହୋଇଥିବା ବିଜୁ ଗ୍ରାମୀଣ ଉଦ୍ୟାନକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଉଦ୍ୟାନ ଆଗକୁ ସ୍ଥାନୀୟ ଲୋକଙ୍କ ପାଇଁ ଆମୋଦ ପ୍ରମୋଦର ମାଧ୍ୟମ ହେବ ବୋଲି ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details