ଯାଜପୁର:ଟିପ୍ପର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଶଗଳଗୁଳା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ଦୁର୍ଗାପୁର ଗାଁର ବ୍ରଜମୋହନ ପୂର୍ତ୍ତି ଓ ନରେଶ ବିରୁଆ ।
ଟିପ୍ପର ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ - କଳିଙ୍ଗନଗର ଥାନା ଟିପ୍ପର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ
କଳିଙ୍ଗନଗର ଥାନା ଶଗଳଗୁଡା ଛକରେ ମର୍ମାନ୍ତୁଦ ସଡକ ଦୁର୍ଘଟଣା । ଟିପ୍ପର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...
ଟିପ୍ପର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ
ଟିପ୍ପର ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ
କଳିଙ୍ଗନଗର ଥାନା ଶଗଳଗୁଡା ଛକରେ ଏକ ବାଇକରେ ଘରୁ ଡୁବୁରୀ ଛକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପର ସହ ଧକ୍କା ହୋଇଥିଲା ଏବଂ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ତେବେ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ