ଯାଜପୁର :ବ୍ୟାସନଗର ପୌରପରିଷଦରେ ଆଜିଠୁ ଖୋଲିଲା ତିନୋଟି ଟେଷ୍ଟ ସେଣ୍ଟର ଆଉ କୋଭିଡ କେୟାର ସେଣ୍ଟର । ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର । ସୂଚନା ମୁତାବକ ବ୍ୟାସନଗର ସହରରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ନଜର କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ବ୍ୟାସନଗର ପୌରପରିଷଦରେ ଖୋଲିଲା ତିନୋଟି ଟେଷ୍ଟ ସେଣ୍ଟର - vyasnagar Covid Care Center
ବ୍ୟାସନଗର ସହରରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ବ୍ୟାସନଗର ପୌରପରିଷଦରେ ଖୋଲିଲା ତିନୋଟି ଟେଷ୍ଟ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର । ଅଧିକ ପଢନ୍ତୁ...
ମୁଖ୍ୟତଃ ବ୍ୟାସନଗର ସହରକୁ ପ୍ରତ୍ୟେକ ଦିନ କଲିକତାରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେସନ କରିବା ପାଇଁ ମୁଣ୍ଡମାଳ, ଦଳା ଓ ଫାନିପାଲ ସ୍କୁଲ ନିକଟରେ କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି । ଏଥିସହିତ କରୋନା ସଂକ୍ରମଣକୁ ନଜର କରି ବ୍ୟାସନଗର ସ୍କୁଲ, ଏନସି ହାଇସ୍କୁଲ ଓ ଡାକ୍ତରଖାନା ପରିସରରେ ତିନୋଟି ଟେଷ୍ଟିଂ ସେଣ୍ଟର ମଧ୍ୟ ଖୋଲା ଯାଇଥିବା ମିଶ୍ର କହିଛନ୍ତି । ଏଥିସହିତ କୌଣସି କରୋନା ରୋଗୀର ଚିକିତ୍ସା ପାଇଁ ଅସୁବିଧା ହେଲେ ୯୯୩୮୧୨୩୨୯୨ ଟୋଲ ଫି ନମ୍ବରରେ ଫୋନ କରି ଯୋଗାଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଆଜି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ