ଓଡିଶା

odisha

ETV Bharat / state

ଅକାଳରେ ଆରପାରିକୁ ଚାଲିଗଲେ ବାପା-ମାଆ, ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ୩ ଭାଇଭଉଣୀ - ବାପା ମାଆ ଛେଉଣ୍ଡ ଭାଇ ଭଉଣୀ

ବାପା ମାଆ ଆରପାରିକୁ ଚାଲିଯିବା ପରେ ଏବେ ବେସାହାରା ପାଲଟିଛନ୍ତି ୩ ଭାଇଭଉଣୀ। କେମିତି ଚଳିବେ ସେନେଇ ଚିନ୍ତାରେ ଥିବାବେଳେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ସହାୟତା ଆଶାରେ 3 ଭାଇଭଉଣୀ
ସହାୟତା ଆଶାରେ 3 ଭାଇଭଉଣୀ

By

Published : Jul 17, 2023, 7:31 PM IST

ସହାୟତା ଆଶାରେ 3 ଭାଇଭଉଣୀ

ଯାଜପୁର:ବାପା ମା'ଙ୍କୁ ହରାଇ ଏବେ ବେସାହାରା ପାଲଟିଛନ୍ତି ୩ ଭାଇଭଉଣୀ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରେ । ବର୍ଷେ ତଳେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ରୋଗାକ୍ରାନ୍ତ ମା' ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି । ଫଳରେ ୩ ସନ୍ତାନ ଅନାଥ ହୋଇଯାଇଥିବାବେଳେ ନିଜର ବୋଲି ଏମାନଙ୍କର ଆଉ କେହି ନାହାନ୍ତି । ଏହି ୩ ଜଣ ପିଲା ପାଠ ପଢିବା ତ ଦୂରର କଥା, ଖାଇ ପିଇ ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡିଛି l ଏଭଳି ପରିସ୍ଥିତିରେ ତୁରନ୍ତ ଏହି ପିଲାମାନଙ୍କୁ ଥଇଥାନ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ସ୍ଥାନୀୟଲୋକେ ।

ସୂଚନା ଅନୁସାରେ, ଗତ ଏକ 1 ବର୍ଷ ତଳେ ଓସ୍ତପାଳ ଗ୍ରାମର ପ୍ରମୋଦ ନାଥଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା l ଠିକ ଏହାପରେ ତାଙ୍କ ସ୍ତ୍ରୀ ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଛନ୍ତି। ଫଳରେ କଅଁଳ ବୟସରେ ବାପା ମା'ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ୨ ଝିଅ ଓ ଗୋଟିଏ ପୁଅ । ଏବେ ସାହାରା ବୋଲି ସେମାନଙ୍କର କେହି ନାହିଁ । ତେବେ ବଡ଼ ଝିଅ ଯୁକ୍ତ ଦୁଇ ବାଣିଜ୍ୟ ଦ୍ବିତୀୟ ବର୍ଷରେ ପାଠ ପଢୁଥିବାବେଳେ ମଝିଆଁ ଝିଅ ଚଳିତବର୍ଷ ଦଶମ ପାସ୍ କରିଛି । ଆଉ ସାନ ପୁଅଟି ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି । ତେବେ ଏହି ସମୟରେ ପ୍ରଥମେ ବାପା ଓ ଏବେ ମା'ଙ୍କୁ ହରାଇ ବାପା ମା' ଛେଉଣ୍ଡ ହୋଇପଡିଛନ୍ତି ଭାଇ ଭଉଣୀ ।

ଏହା ମଧ୍ୟ ପଢନ୍ତୁ...2 ବର୍ଷ ହେବ ପାହାଡ କୋଳରେ ମାନସିକ ବିକାରଗ୍ରସ୍ତ ପୁଅ, ସହାୟତା ଅପେକ୍ଷାରେ ମାଆ
ତେବେ ସରକାର ବେସାହାରା ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ମାତ୍ର ଏହି ୩ ଜଣ କଅଁଳ ପିଲାଙ୍କ ନିକଟରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ସେପଟେ ପାଠ ପଢ଼ି ବଡ଼ ମଣିଷ ହେବାର ସ୍ବପ୍ନ ଦେଖିଥିବା ଏହି ୩ ନିରୀହ ପିଲା ଏବେ ବାପା ମା'ଙ୍କ ବିନା ନିଜ ଭବିଷ୍ୟତ କିପରି ଗଢିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହାସହ ସେମାନେ କ'ଣ ଖାଇବେ, କିପରି ବଞ୍ଚିବେ ଏହି ଚିନ୍ତା ଏବେ ତିନି ଭାଇ ଭଉଣୀଙ୍କୁ ଅସ୍ତବ୍ୟସ୍ତ କରିଛି ।

ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ଥଇଥାନ କରିବା ସହ ପିଲାଙ୍କ ପାଠ ପଢ଼ିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ । ସେପଟେ ବିଡ଼ିଓ କହିଛନ୍ତି, "ଏହି ପିଲାମାନଙ୍କ ଥଇଥାନ ପାଇଁ ସରକାରୀ ନିୟମ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯିବ।" ଏଭଳି ପରିସ୍ଥିତିରେ ଏହି ୩ ଜଣ ଭାଇଭଉଣୀଙ୍କୁ ରାଜ୍ୟ ସରକାର ସହଯୋଗର ହାତ ବଢାଇବାର ଆବଶ୍ୟକତା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details