ଯାଜପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିଲାଣି । ସୋମବାର 28ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 20ଜଣ ମଧ୍ୟ ସୁସ୍ଥ ହୋଇଥିଲେ । ଅନ୍ୟପଟେ ମଙ୍ଗଳବାର ମଧ୍ୟ 2ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1023ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ 839ଜଣ ହୋଇ ଫେରିଥିବା ଜଣାପଡିଛି । ଏହାସହ ଜିଲ୍ଲାରେ କୋରୋନା କାରଣରୁ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅବଶିଷ୍ଟ 182 ସକ୍ରିୟ ରିପୋର୍ଟ ରହିଛି ।
ଯାଜପୁରରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ପ୍ରକ୍ରିୟା ସହ ଚେକିଂ, ବ୍ଲକିଂ ଜାରି ରହିଛି । ଏଥିରେ ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି । ସେପଟେ ଯାଜପୁର ଜିଲ୍ଲାରେ ଗତ 17ତାରିଖ ରାତିରୁ ଜାରି ରହିଛି ଲକଡାଉନ କଟକଣା । ଏହି ଅବଧି ମଧ୍ୟରେ ସକାଳ 6ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଏହି ବ୍ୟତିତ ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟ ସଂସ୍ଥା ବନ୍ଦ ରଖିବାକୁ କୁହାଯାଇଛି ।