ଓଡିଶା

odisha

ବ୍ୟାସନଗରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଦାବି କଲେ ରାଜ୍ୟ INTUC

By

Published : May 20, 2021, 6:36 AM IST

ବ୍ୟାସନଗର ପୌରପରିଷଦରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ଦାବି କଲେ ରାଜ୍ୟ ଆଇଏନଟିୟୁସି ଉପ ସଭାପତି ବିଦ୍ୟାଧର ମହାନ୍ତି । ଅଧିକ ପଢନ୍ତୁ...

ବ୍ୟାସନଗରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଦାବି କଲେ ରାଜ୍ୟ ଆଇଏନଟିୟୁସି
ବ୍ୟାସନଗରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଦାବି କଲେ ରାଜ୍ୟ ଆଇଏନଟିୟୁସି

ଯାଜପୁର: ବ୍ୟାସନଗର ପୌରପରିଷଦରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ଦାବି କଲେ ରାଜ୍ୟ ଆଇଏନଟିୟୁସି ଉପ ସଭାପତି ବିଦ୍ୟାଧର ମହାନ୍ତି । ବ୍ୟାସନଗର ସହର ୨୬ ଟି ୱାର୍ଡ଼କୁ ନେଇ ଗଠିତ । ଏହି ସହରକୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ହଜାରହଜାର ଲୋକ ଯିବା ଆସିବା କରିଥାନ୍ତି । ବିଶେଷ ଭାବରେ ଏହି ସହର କଳିଙ୍ଗନଗରକୁ ଲାଗିକି ଥିବାରୁ ଏଠାକୁ ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ଅନେକ ଲୋକ ଯିବାଆସିବା କରିଥାନ୍ତି ।

ବ୍ୟାସନଗରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଦାବି କଲେ ରାଜ୍ୟ ଆଇଏନଟିୟୁସି

ଯାହାଫଳରେ ଏହି ସହରରେ ଜିଲ୍ଲାର ସବୁଠାରୁ ଅଧିକ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ମାତ୍ର ଏହି ସହରରେ ନା ସଠିକ ଭାବେ କରୋନା ଟେଷ୍ଟ ହେଉଛି ନା ଚିକିତ୍ସା ପାଇଁ ଭଲ ସ୍ୱାସ୍ଥ୍ୟକେନ୍ଦ୍ର ଅଛି । ତେଣୁ, ବ୍ୟାସନଗର ସହରରେ ଗୋଟିଏ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ଆଇଏନଟିୟୁସିର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି । ଏଥିସହିତ ବ୍ୟାସନଗର ସହରର ସମସ୍ତ ବୃଦ୍ଧିଜୀବୀ, ସମାଜସେବୀ, ରାଜନେତା ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରିବାକୁ ବିଦ୍ୟାଧର ମହାନ୍ତି ନିବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details